Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଜେ. ପି. ନଡ୍ଡା ଓ ବିଜେପି ନେତାଙ୍କ ଗାଡ଼ି ଉପରେ ପଥର ମାଡ଼

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ । ତାଙ୍କ ସହ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି ।

ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବର ଅଭିମୁଖେ ଯାଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତ ପଥରମାଡ଼ କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରକୁ ବି ଆକ୍ରମଣ ହୋଇଛି । କାର କାଚ ଭାଙ୍ଗି ଯାଇଛି ।

ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପଶ୍ଚିମବଙ୍ଗରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ସେହି ଗାଡ଼ିରେ ଥିବା ବିଜେପିର ଜଣେ କର୍ମକର୍ତ୍ତା ଆହତ ହୋଇଥିବା ଟ୍ୱିଟ୍ କରିଛନ୍ତି ସମ୍ବିତ ।

ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ଗଣତନ୍ତ୍ରରେ ଏହାକୁ କଳା ଦିବସ ବୋଲି କହିଛନ୍ତି । ପଶ୍ଚିମବଙ୍ଗରେ ଗୁଣ୍ଡାରାଜ କହି ମମତାଙ୍କୁ କଡ଼ା ସମାଲୋଚନା କରିଛି ବିଜେପି ।

Leave A Reply

Your email address will not be published.