Latest Odisha News

BREAKING NEWS

ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ନୂତନ ସଂସଦର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ କମ୍ପିଲା ଭୂମି ପୂଜନ ସ୍ଥଳ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତା, ବହୁ କେନ୍ଦ୍ର ମନ୍ତ୍ରୀ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା, ବହୁ ଧର୍ମଗୁରୁ ଉପସ୍ଥିତ ରହିଥିଲେ । ଦୁଇ ଶହ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପ୍ରସ୍ତାବିତ ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ ହଜାର ୫୦୦ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ । ବ୍ୟୟ ଅଟ୍ଟକଳ ୯୭୧କୋଟି ଟଙ୍କା ରହିଛି ।

ନୂତନ ସଂସଦ ଭବନ ତ୍ରିଭୁଜାକାର ଆକାରରେ ତିଆରି କରାଯିବ। ଏହାକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ ।

ଟାଟା ଗ୍ରୁପ୍ ଏହି ସଂସଦ ଭବନର ନିର୍ମାଣ କାର୍ୟ୍ୟ କରିବ । ଏଥିରେ ପୂର୍ବ ଭଳି ରାଜ୍ୟସଭା ଓ ଲୋକସଭା ପାଇଁ ୮୮୮ଟି ଆସନର ବ୍ୟବସ୍ଥା ମଧ୍ୟ ରହିବ। ସଂସଦର ପୁରୁଣା କୋଠାଠାରୁ ଏହା ପ୍ରାୟ ତିନି ଗୁଣା ବଡ଼ ରହିବ।

Leave A Reply

Your email address will not be published.