Latest Odisha News

BREAKING NEWS

ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା, ମିଳିବ ୧୨ ହଜାର ଟଙ୍କା?

ଭୁବନେଶ୍ୱର: ବ୍ରାଇଡାଲ ମେକ ଅପ୍ । ଯୁବତୀ ମାନେ ବିବାହ କରିବା ପୂର୍ବରୁ ଆଜିକାଲି ବ୍ରାଇଡାଲ ମେକ ଅପ୍ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯାହାର ଦାମ ମଧ୍ୟ ଅଧିକ ରହିଥାଏ। ଏପରି ସ୍ଥିତିରେ ବିଜ୍ଞାପନ ଜରିଆରେ କୁହାଯାଇଛି ଆଗୁଆ ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା ମିଳିବ ତାସହ ୧୨ ହଜାର ଟଙ୍କା। ହଁ ଆଜ୍ଞା ରାଜଧାନୀସ୍ଥିତ ଷ୍ଟୁଡିଓ ୪୯ରେ ଏହି ଅଫର ଦିଆଯାଉଛି ବୋଲି କୁହାଯାଇଛି। ଇନଷ୍ଟାଗ୍ରାମରେ ମିସ୍ ପ୍ରିୟା ନାମକ ଆକାଉଣ୍ଟରେ ଏହି ଅଫର ବାବଦରେ ଉଲ୍ଲେଖ ରହିଛି। ଯାହାକୁ ଆପତ୍ତି କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଷ୍ଟୁଡିଓ ୪୯ର ମାଲିକ ବୃନ୍ଦାବନ ମିଶ୍ର।

ସେ ତାଙ୍କ ଏତଲାରେ କହିଛନ୍ତି, ତାଙ୍କ ଷ୍ଟୁଡିଓ ୪୯କୁ ବଦନାମ କରିବାକୁ ପ୍ରୟାସ ହେଉଛି। ତାଙ୍କ ଷ୍ଟୁଡିଓରେ ଅର୍ଦ୍ଧନଗ୍ନ ଫଟୋ ସୁଟ୍ ହୁଏ ନାହଁ କି ଏଥିପାଇଁ ପଇସା ଦିଆଯାଏ ନାହିଁ। ତାଙ୍କ ଷ୍ଟୁଡିଓକୁ ବଦନାମ କରିବାକୁ ପ୍ରୟାସ ହେଉଛି। ଇନଷ୍ଟାଗ୍ରାମରେ ମିସ୍ ପ୍ରିୟା ନାମରେ ଏକ ଆକାଉଣ୍ଟ ରହିଛି। ଏହା ଏକ ନକଲି ଆକାଉଣ୍ଟ। ବ୍ରାଇଡାଲ ମେକଅପ୍ କରିବା ନାଁରେ ତାଙ୍କ ଷ୍ଟୁଡିଓକୁ ବଦନାମ କରିବାକୁ ପ୍ରୟାସ ହେଉଛି। ମିସ୍ ପ୍ରିୟା ଆକାଉଣ୍ଟ ପରିଚାଳନା କରୁଥିବା ଯୁବତୀ ତିନୋଟି ନମ୍ବରରେ ବିଭିନ୍ନ ଯୁବତୀଙ୍କ ସହ ଯୋଗାଯୋଗ କରୁଛି। ସେ ଷ୍ଟୁଡିଓ ୪୯ର ମ୍ୟାନେଜର ବୋଲି ପରିଚୟ ଦେଉଛି। ହେଲେ ଏଭଳି କିଛି କାମ ଷ୍ଟୁଡିଓରେ ହୁଏ ନାହିଁ ବୋଲି ମାଲିକ ବୃନ୍ଦାବନ ମିଶ୍ର ସାଇବର ଥାନାରେ ଏତଲା ଦେଇ କହିଛନ୍ତି। କେହି ଜଣେ ସାଇବର ଠକ ଏପରି କରୁଛି ବୋଲି ସେ ଦାବି କରିଛନ୍ତି। ୬ ମାସ ହେବ ଏପରି ଘଟଣା ତାଙ୍କ ନଜରକୁ ଆସିବା ପରେ ଓ ଅନେକ ଲୋକେ ତାଙ୍କୁ ଫୋନ୍ ଯୋଗେ ପଚାରିବା ପରେ ସେ ଆସି ଥାନାରେ ଏତଲା ଦେଇଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.