Latest Odisha News

BREAKING NEWS

ପ୍ରକୃତ ପ୍ରେମ: ପତିଙ୍କଠାରୁ ପତ୍ନୀ ୪୦ ବର୍ଷ ସାନ, ଲୋକେ କୁହନ୍ତି ବାପା-ଝିଅ ଯୋଡ଼ି

ନ୍ୟୁୟର୍କ: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ନାହିଁ । ଲୋକମାନେ ଯେ କୌଣସି ବୟସରେ ପ୍ରେମରେ ପଡ଼ିପାରନ୍ତି । ପ୍ରେମ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ଲିଙ୍ଗ ମଧ୍ୟରେ ମଧ୍ୟ ପାର୍ଥକ୍ୟ କରେ ନାହିଁ । ତଥାପି ସମାଜ ଏପରି ପ୍ରେମ ଉପରେ ପରିହାସ କରେ । ତେବେ ଆମେରିକାର ଏକ ଦମ୍ପତିଙ୍କ ବୟସର ପାର୍ଥକ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନଙ୍କ ମଧ୍ୟରେ ୪୦ ବର୍ଷର ପାର୍ଥକ୍ୟ ଥିଲେ ମଧ୍ୟ ସେମାନେ ଉଭୟ ଉଭୟଙ୍କୁ ବହୁତ ଭଲ ପାଇଥାନ୍ତି । ତଥାପି ଲୋକମାନେ ସେମାନଙ୍କୁ ବାପା-ଝିଅ ଯୋଡି ଭାବରେ ବିବେଚନା କରନ୍ତି ।

ଆମେରିକାରେ ରୁହନ୍ତି ୬୩ ବର୍ଷିୟ କ୍ଲାଉଡିଓ ସ୍ପିଲାଟ୍ରୋ । କିନ୍ତୁ ସେ ହୃଦୟରୁ ନିଜକୁ ଯୁବକ ମନେ କରନ୍ତି । ଏହି କାରଣରୁ ସେ ୨୫ ବର୍ଷୀୟା ସେମି ଅଟଜା ନାମକ ଜଣେ ଯବୁତୀଙ୍କୁ ପ୍ରେମ କରି ବିବାହ କରିଛନ୍ତି । ୨୦୧୭ ମସିହାରେ ଉଭୟ ଏକ ଡେଟିଂ ଆପରେ ସାକ୍ଷାତ ହୋଇଥିଲେ । ସେତେବେଳେ ସେମିଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳେ କ୍ଲାଉଡିଓ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ହୋଇସାରିଥିଲେ । ସେ ଡେଟିଂ ଆପରେ ଗର୍ଲଫ୍ରେଣ୍ଡ ଖୋଜୁଥିଲେ । ସେମି ତାଙ୍କ ବୟସର ପୁଅମାନଙ୍କୁ ନୁହେଁ, ଡେଟିଂ ଆପରେ ତାଙ୍କଠାରୁ ବଡ ପୁଅମାନଙ୍କୁ ଖୋଜୁଥିଲେ । ଏହି ଆପ୍ ମାଧ୍ୟରେ ଦୁହେଁ ପରସ୍ପର ସହ କଥା ହେବା ଆରମ୍ଭ କଲେ । ଏକାଠି ବିଭିନ୍ନ ସ୍ଥାନ ବୁଲିବା ସହ ହୋଟେଲକୁ ଖାଇବାକୁ ଗଲେ । ପରେ ସେମାନେ ଅନୁଭବ କଲେ ଯେ, ଉଭୟ ବିବାହ କରିବା ଠିକ୍ ହେବ । ତେଣୁ ସେମାନେ ବିବାହ କରିଲେ । ତାଙ୍କ ଭିତରେ ବୟସ କେତେ ପାର୍ଥକ୍ୟ ଅଛି, ତାର କିଛି ଗୁରୁତ୍ୱ ରହିଲା ନାହିଁ । ଦୁହେଁ ଏକାଠି ବହୁତ ଖୁସିରେ ରହିଲେ ।

କିନ୍ତୁ ସମାଜ ସେମାନଙ୍କ ସମ୍ପର୍କକୁ ସହଜରେ ଗ୍ରହଣ କରିପାରୁନାହିଁ । ଅନେକ ଲୋକ ତାଙ୍କୁ ନକରାତ୍ମକ ମନ୍ତବ୍ୟ ଦେଉଥିବା ବେଳେ ଆଉ କିଛି ଲୋକେ ବାପା-ଝିଅ ଯୋଡ଼ି ବୋଲି ବିବେଚନା କରିଥାନ୍ତି । ସୋସିଆଲ ମିଡିଆ ଠାରୁ ବାସ୍ତବ ଜୀବନ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କୁ ବହୁତ ସମାଲୋଚନା କରିଥାନ୍ତି ।

Leave A Reply

Your email address will not be published.