Latest Odisha News

BREAKING NEWS

ନେତାଙ୍କୁ ଦଳରୁ ନିଲମ୍ବନକୁ ନେଇ ତାତିଲେ କର୍ମୀ, ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଫଟୋ ପଡ଼ିବା ସହ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯିବାକୁ କଂଗ୍ରେସ କର୍ମୀ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଆଜି କଂଗ୍ରେସ କର୍ମୀ ନିଲମ୍ବନ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ସହ ନାଉଗାଁ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚିରଞ୍ଜୀବଙ୍କ ସମର୍ଥକ ତଥା କଂଗ୍ରେସ କର୍ମୀ । ଶରତ ପଟ୍ଟନାୟକ ‘ମୁର୍ଦ୍ଦାବାଦ’ ନାରା ଦେଇ ଚିରଞ୍ଜୀବଙ୍କ ସମର୍ଥକ ଶରତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

Leave A Reply

Your email address will not be published.