ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ୍ ଡେ’ରେ ପୁଣିଥରେ ବିବାହ କରି ଚର୍ଚ୍ଚାରେ ଅଛନ୍ତିି । ରାଜସ୍ଥାନ ଉଦୟପୁରରେ ଖ୍ରୀଷ୍ଟିୟାନ ରୀତିନୀତିରେ ଉଭୟଙ୍କ ବିବାହ ଧୁମ୍ଧାମରେ ଆୟୋଜିତ ହୋଇଥିଲା ।
ନତାଶା ୧୫ ଫୁଟ ଲମ୍ବା ଧଳା ରଙ୍ଗର ବିବାହ ଗାଉନ୍ ପିନ୍ଧିଥିବା ବେଳେ ହାର୍ଦ୍ଦିକ ଏକ କଳା ଶୁଟ୍ ପିନ୍ଧିଥିଲେ, ଯେଉଁଥିରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ । ନତାଶା ପିନ୍ଧିଥିôବା ଗାଉନ ଡିଜାଇନର ଶାନ୍ତନୁ ଏବଂ ନିଖିଲଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହି ଗାଉନ୍ରେ ବହୁ ମୂଲ୍ୟବାନ ପଥର ଏବଂ ପ୍ରିଷ୍ଟାଇନ ମୋତିରେ ସଜାଯାଇଥିଲା । ଗାଉନର ଭିତର ସ୍କର୍ଟ ପାର୍ସୀ ସାଟିନ କପଡ଼ାରେ ତିଆରି ହୋଇଥିଲା । ସବୁଠୁ ବଡ଼ କଥା, ଏହାକୁ ତିଆରି କରିବାକୁ ୫୦ ଦିନ ଲାଗିଥିଲା ।
୨୦୨୦ ମସିହା ଲକ୍ଡ଼ାଉନ ସମୟରେ କୋର୍ଟ ମ୍ୟାରେଜ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛି ।
Comments are closed.