Latest Odisha News

BREAKING NEWS

ଜେସିବିରେ କନିଆ ଘର ଗଲା ବର

ଆଜିକାଲି ବିବାହ କରିବାକୁ ବର କାର, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ । ଏବେ ପୁଣି ଫେଶନ ହେଲାଣି ପାଲିଙ୍କିରେ ପୁରୁଣା ଢଙ୍ଗରେ କନିଆ ଘର ଯାଉଛି ବର । କିନ୍ତୁ ଜଣେ ବର ଜେସିବିରେ ବସି ବିବାହ କରିବାକୁ ଆସିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ଗୁଜରାଟର ନବସାରୀର ଚିଖଲିରେ ଏକ ବିବାହକୁ ନେଇ ଖୁବ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ବରର ବାରାତକୁ ନେଇ । ହାତୀ,ଘୋଡ଼ା,ପାଲିଙ୍କି କିମ୍ବା କାର ନୁହେଁ, ବାରାତରେ ବର ଯାଉଛି ଜେସିବିରେ ବସି । ଆଗରେ ପଛରେ ବରଯାତ୍ରୀ । ଧୁମ୍ ମସ୍ତିରେ ମସଗୁଲ ପୁରା ଅଂଚଳ । ଏମିତି ଦୃଶ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ସେ ଅଞ୍ଚଳରେ ।

କେୟୁର ପଟେଲ ତାଙ୍କ ବିବାହ ପାଇଁ ଜେସିବିରେ କନ୍ୟାଙ୍କ ଘରେ ପହଞ୍ଚିଥିଲେ । ଫୁଲରେ ସଜାଯାଇଥିବା ଜେସିବି ଚଢ଼ି ଆସିଥିଲେ ସେ । ବରଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ବିବାହକୁ ଆସିଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଭଳି ଜେସିବିରେ ବାରାତ୍ ଆସିବା ଦେଖି ।

ପୂର୍ବରୁ ମଧ୍ୟପ୍ରଦେଶର ବୈତୁଲଠାରେ ଏକ ଜେସିବି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯେଉଁଥିପାଇଁ ପୋଲିସ ଜେସିବି ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଜରିମାନା ମଧ୍ୟ ଆଦାୟ କରିଥିଲା । ପଞ୍ଜୀକରଣ ନିୟମ ଉଲ୍ଲଂଘନ କରି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ୫୦୦୦ ଟଙ୍କା ଜରିମାନା କରାଯାଇଥିଲା ।

Leave A Reply

Your email address will not be published.