Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ କରିଛି ଆମାଜନ । ସୌରଭ ଦତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ । ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟୁଇଟ କରିଛନ୍ତି । ହିନ୍ଦୁତ୍ୱ ଥିମ ଯୋଗୁ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟି ହେବା ଆଶଙ୍କା ରହିଛି । ଆପଣଙ୍କ ପୁସ୍ତକ ଏହି କାଟାଗୋରିରେ ରହିଛି । ଅଭିଯୋଗ ପରେ ଆପଣଙ୍କ ଆକାଂଉଟ ପ୍ଲାଟଫର୍ମରୁ ହଟେଇ ଦିଆଯାଇଛି । ଦ୍ୱିତୀୟ ଆକାଂଉଟ ଖୋଲିପାରିବେ ନାହିଁ ବୋଲି ସୌରଭଙ୍କୁ ଆମାଜନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଆମାଜନ କିଣ୍ଡଲରେ ପାଠକ ଅନଲାଇନରେ ପୁସ୍ତକ ପଢ଼ିପାରିବେ । ଏହାର ରିଭ୍ୟୁ କରାଯିବା ପରେ ଏହି ନିଷ୍ପତି ନିଆଯାଇଛି ବୋଲି ଆମାଜନ ପକ୍ଷରୁ କୁହାଯାଇଛି । ଏହି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୌରଭ କେତେକ ପ୍ରଶ୍ନ ଆମାଜନଙ୍କୁ ପଚାରିଛନ୍ତି । ମାତ୍ର କମ୍ପାନୀ ପକ୍ଷରୁ କୌଣସି ଉତର ଦିଆଯାଇ ନାହିଁ ।

Leave A Reply

Your email address will not be published.