Latest Odisha News

BREAKING NEWS

ଯୌତୁକ ଜୁଇରେ ଆଉ ଜଣେ ବଧୂ; ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଯୌତୁକ ଜୁଇରେ ଆଉ ଜଣେ ବଧୂ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।  ମୃତ ମହିଳାଙ୍କ ନାଁ ଝିଲି ସେଠୀ  ।

ଅଭିଯୋଗ ଅନୁସାରେ, ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ଝିଲି ଗତ ୩ ବର୍ଷ ତଳେ ବିବାହ କରିଥିଲେ । ବାହାଘର ପରଠାରୁ ଝିଲିଙ୍କୁ ତାଙ୍କ ଶାଶୁ ଘର ଲୋକେ ସୁନା ଚେନ୍ ଓ କାର୍  ବାପ ଘରୁ ଆଣିବାକୁ କହୁଥିଲେ । ଏନେଇ ତାଙ୍କୁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ  ବୋଲି ଝିଲିଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି । ଗତ ଶନିବାର ଦିନ ଝିଲିଙ୍କ ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କ ଝିଲିଙ୍କ ଶାଶୁ ଘର ଲୋକେ ତାଙ୍କ ବାପ ଘର ଲୋକଙ୍କୁ ଜଣାଇଥିଲେ ।

ଖବରପାଇ ଝିଲିଙ୍କ ବାପଘର ଲୋକେ ପହଞ୍ଚିଥିଲେ । ଝିଲିଙ୍କୁ ତାଙ୍କ ଶାଶୁ ଘର ଲୋକେ ମାରି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏହି ଘଟଣାରେ ଝିଲିଙ୍କ ସ୍ୱାମୀଙ୍କୁ ଅଟକ ରଖି ପୁଚରା ଉଚରା କରୁଛି ।

Leave A Reply

Your email address will not be published.