Latest Odisha News

BREAKING NEWS

କବିତା : ନାରୀ

ସସ୍ମିତା ମହାପାତ୍ର 

ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି
ଯାଇନି କେବେ ମୁଁ ହାରି ।
ଆସିଛି ଜୀବନେ କେତେ ଯେ କଷ୍ଟ
ଯାଇନି କେବେ ମୁଁ ହୋଇ ପଥଭ୍ରଷ୍ଟ
ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି
ଯାଇନି କେବେ ବି ହାରି ।।

ଜୀବନ ନଈର ନଉକା ଟିଏ ମୁଁ
ମାତୃତ୍ଵର ଭାର ଉଠାଇ
ଗର୍ବରେ ଆଜି ଫୁଲି ଉଠେ ଛାତି
ମମତା ର ମୂଲ ମାଆ ଟିଏ ସାଜି

ମୁଁ ନାରୀ ଦୃଢ଼ମନା ହୋଇବଞ୍ଚିଚି ଆଜି
ଯାଇନି କେବେ ମୁଁ ହାରି ।।
କେତେ ଯେ ନିନ୍ଦା ସହିବାକୁ ପଡ଼େ
ହୃଦୟ କୁ ପଥର କରି
ଆଗକୁ ମୁଁ ବଢେ
ମୁଁ ନାରୀ ଦୃଢ଼ମନା ସାଜି ବଞ୍ଚିଛି ଆଜି
ଯାଇନି କେବେ ବି ହାରି ।।

ଭୁବନେଶ୍ୱର , ଖୋର୍ଦ୍ଧା

Leave A Reply

Your email address will not be published.