ଅଷ୍ଟ୍ରେଲିଆ: ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏଥିଲାଗି ଅନେକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରନ୍ତି । ଖାସ୍ କରି କନ୍ୟା କିପରି ଶାଢୀ ପିନ୍ଧିବ, କେମିତି ମେକ୍ଅପ ହେବ ସେ ନେଇ ବେଶୀ ଗୁରୁତ୍ୱ ଦେଇଥାଏ । ହେଲେ ଜଣେ ଯୁବତୀ ବିବାହ ସମୟରେ ଏପରି ଡ଼୍ରେସ ପିନ୍ଧିଛନ୍ତି, ଶେଷରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି ।
ବିବାହ ସମୟରେ ସବୁ ଯୁବତୀ ଚାହାଁନ୍ତି ସେ ଯେମିତି ସବୁଠାରୁ ସୁନ୍ଦର ଦେଖାଯାଉ । ତାଙ୍କୁ ଦେଖି ସମସ୍ତେ ଖୁସିହେବା ସହ ପ୍ରଶଂସା କରନ୍ତୁ । କିନ୍ତୁ ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ, ତାଙ୍କର ସମସ୍ତ ପ୍ରସ୍ତୁତି ପଛରେ ରହିଯାଇଛି । ଅଷ୍ଟ୍ରେଲିଆ ନିବାସୀ ଏଲି ଗୋନସାଲଭସ୍ ନିକଟରେ ବିବାହ କରିଥିଲେ । ସେ ତାଙ୍କର ଦୁଇ ଦିନିଆ ବିବାହ କାର୍ଯ୍ୟକ୍ରମ ପାଇଁ ଅନେକ ପ୍ରସ୍ତୁତି କରିଥିଲେ । କିନ୍ତୁ ଯେତେବେଳେ ସେ ତାଙ୍କ ବିବାହ ଉତ୍ସବରେ ଡ୍ରେସ ପିନ୍ଧିଥିଲେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ତାଙ୍କ ପୋଷାକକୁ ପରିହାସ କଲେ ଏବଂ ତାଙ୍କର ବିବାହ ଗାଉନ୍ କୁ ନେକେଡ଼ ଗାଉନ୍ ବୋଲି କହିବାକୁ ଆରମ୍ଭ କଲେ ।
ଏଲି ନିଜେ ଏହି ଡ୍ରେସର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କ ପୋଷାକ ଦେଖି ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ସେ ଲୋକଙ୍କ କୌଣସି କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
Comments are closed.