Latest Odisha News

BREAKING NEWS

ହାତର ମେହେନ୍ଦୀରେ ବରର ନାଁ ଲେଖିଲେନି କନ୍ୟା: ଏମିତି କିଛି ଲେଖିଲେ ସବୁ ଆଶ୍ଚର୍ଯ୍ୟ

ବିବାହ କେବଳ ରୀତିନୀତିରେ ସୀମିତ ନୁହେଁ । ବରକନ୍ୟା ଏହାକୁ ଜୀବନରେ ସ୍ମରଣୀୟ ରଖିବାକୁ ଚାହାଁନ୍ତି । ସେଥିମଧ୍ୟରୁ ମେହେନ୍ଦୀ ସେରିମୋନି ଅନ୍ୟତମ । ବିବାହ ପୂର୍ବରୁ କନ୍ୟା ନିଜ ହାତରେ ସୁନ୍ଦର ଭାବେ ମେହେନ୍ଦୀ ଲଗାଇବା ସହ ଭାବି ସ୍ୱାମୀର ନାଁ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ଯୁବତୀ ନିଜ ହାତରେ ଭାବି ସ୍ୱାମୀର ନାଁ ନ ଲେଖି ଆଉ କିଛି ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ମେହେନ୍ଦୀର ସବୁଠାରୁ ଭିନ୍ନ ଏବଂ ଅନନ୍ୟ ଡିଜାଇନ୍ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ମେହେନ୍ଦୀକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣକ ବିବାହ ପୂର୍ବରୁ ନିଜର ହାତରେ ସୁନ୍ଦର ଭାବେ ମେହେନ୍ଦୀ ଲଗାଇଛନ୍ତି । ହେଲେ ସେ ହାତରେ ନିଜ ଭାବି ସ୍ୱାମୀଙ୍କ ନାଁ ଲେଖିନାହାନ୍ତି । ସେ ପ୍ରଥମ ସାକ୍ଷାତଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ବିବରଣୀ ତାଙ୍କ ହାତରେ ମେହେନ୍ଦୀରେ ଉତ୍ତାରିଛନ୍ତି । ଯେମିତି କି ୫ା୧୨ା୨୧ ରେ ଇନଷ୍ଟାଗ୍ରାମରେ ପ୍ରଥମ ସାକ୍ଷାତ , ୧୯ା୧ା୨୨ ପ୍ରୋପଜାଲ ଦେବା, ୨୫ା୪ା୨୨ରେ ପ୍ରଥମ ଥର ପାଇଁ ଭେଟିବା, ୩୧ା୧ା୨୩ ରେ ବିବାହ କରିବା ଆଦି ମେହେନ୍ଦୀରେ ଲେଖିଛନ୍ତିି ।
ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ପୁଅ ଜଣଙ୍କ ନିଶ୍ଚୟ ଧନୀ ଶ୍ରେଣୀର ହୋଇଥିବେ । ନହେଲେ ଏତେ ଶୀଘ୍ର ବିବାହ କରିବାକୁ ଯୁବତୀ ଜଣକ କେମିତି ରାଜି ହେଲେ ବୋଲି ମତ ଦେଇଥିବା ବେଳେ ଆଉ କିଛି ଲୋକ ତାଗିଦ ମଧ୍ୟ କରିଥିଲେ । ବରର ସୁଖରେ ଖୁସି ରହିବାକୁ ପରାମର୍ଶ ଦେଇଥିଲେ ।

 

Leave A Reply

Your email address will not be published.