Latest Odisha News

BREAKING NEWS

ମାଆ ଉପରେ ରାଗି ଆଈକୁ କହିବା ପାଇଁ ୧୧ ବର୍ଷର ବାଳକ ସାଇକେଲରେ ଗଲା ୧୩୦କିମିର ରାସ୍ତା

ବେଜିଂ: ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଜଣେ ୧୧ ବର୍ଷର ବାଳକ ମାଆ ଉପରେ ରାଗି ଆଈକୁ କହିବା ପାଇଁ ଘରୁ ସାଇକେଲ ଧରି ବାହାରିଥିଲା । ସେ କିଛି ବାଟ ସାଇକେଲ ଚଳାଇବା ପରେ ହାଲିଆ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ । ମାତ୍ର ପିଲାଟିର ଜିଦ ଏତେ ଥିଲା ଯେ, ସେ ୧୩୦ କିଲୋମିଟର ବାଟ ସାଇକେଲ ଚଳାଇ ପଳାଇ ଯାଇଥିଲା । ଆଈ ଘର ଆଉ ୧୦ କିଲୋମିଟର ଥିବା ବେଳେ ସେ ଅଚେତ ହୋଇ ପଡି ଯାଇଥିଲା ।

ଏକ୍ସପ୍ରେସୱେରେ ପିଲାଟି ପଡିଥିବା କଥା ଖବର ପାଇ ପୋଲିସ ତାକୁ ଉଦ୍ଧାର କରିଥିଲା । ସେ ଠିକରେ ଠିଆ ମଧ୍ୟ ହୋଇପାରୁ ନ ଥିଲା । ପୋଲିସ ଗାଡିରେ ବସାଇ ତାଙ୍କୁ ଷ୍ଟେସନକୁ ନେଇ ଆସିଥିଲେ । କିଛି ସମୟ ବିଶ୍ରାମ କରିବା ପରେ ସେ ବ୍ରେଡ ଖାଇ ଧିରେ ଧିରେ ସୁସ୍ଥ ହୋଇଥିଲା । ପୋଲିସ ବାଳକଠାରୁ ଫୋନ ନମ୍ବର ନେଇ ଘର ଲୋକଙ୍କୁ ଡକାଇଥିଲେ ।

ଆଈ ମଧ୍ୟ ସଙ୍ଗରେ ଆସି ପିଲାଟିକୁ ବୁଝା ଶୁଝା କରି ଘରକୁ ନେଇଥିଲେ । ମାଆ ଗାଳି ଶୁଣିବା ପରେ ପିଲାଟିର ମନ ବୁଝିଥିଲା । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପିଲାଟି କିପରି ରାତି ଯାକ ମେଡରୋଡରେ ସାଇକେଲ ଚଳାଇ ଏତେ ବାଟ ଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.