Latest Odisha News

BREAKING NEWS

ବିବାହ ଉତ୍ସବରେ କନ୍ୟାର ଅଳଙ୍କାର ଦେଖି ଲୋକେ କଲେ ପରିହାସ

ଆଜିକାଲି ବିବାହ କେବଳ ସାଜସଜ୍ଜା ଏବଂ ଖାଦ୍ୟରେ ସୀମିତ ରହିନାହିଁଁ । ବିବାହରେ ବେଶୀ ଗୁରୁତ୍ୱ ଦିଆଯାଉଛି କନ୍ୟାଙ୍କ ଅଳଙ୍କାର ଓ ତାର ମେକ୍‌ଅପ୍‌କୁ । ଏବେ ସୋସିଆଲ ମିଡ଼ିଆରେ ଜଣେ ଯୁବତୀ ବିବାହ ଉତ୍ସବରେ ପିନ୍ଧିଥିବା ଅଳଙ୍କାରକୁ ନେଇ ଢେର ଚର୍ଚ୍ଚା । ଯୁବତୀ ଜଣକ ଏପରି ଅଳଙ୍କାର ପିନ୍ଧିଛନ୍ତି, ଦେଖିଲେ ଆପଣଙ୍କ ଆଖି ଝଲସି ଉଠିବ । କିନ୍ତୁ ତାଙ୍କ ଅଳଙ୍କାରଙ୍କୁ ନେଇ ଅନେକ ଥଟ୍ଟା ପରିହାସ କରିଥିବା ଜଣାଯାଇଛି ।

ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ବିବାହ ପାଇଁ ପୁରା ମେକ୍‌ଅପ୍ ହୋଇଛନ୍ତି । କନ୍ୟା ଜଣଙ୍କ ସୁନ୍ଦର ଲେହେଙ୍ଗା, ଅଳଙ୍କାର ପିନ୍ଧିବା ସହ ମେକ୍‌ଅପ୍ ହୋଇଛନ୍ତି । କନିଆ ବେଶରେ ସଜ୍ଜେଇ ହୋଇଥିବା ଯୁବତୀ ଜଣକ ଖୁବ୍ ସୁନ୍ଦର ବି ଦେଖାଯାଉଛନ୍ତି । କିନ୍ତୁ ବିବାହକୁ ଆସିଥିବା ଲୋକଙ୍କ ନଜର ଟାଣି ନେଉଛି କନିଆ ପିନ୍ଧିଥିବା ଅଳଙ୍କାର ଆଡ଼କୁ । ଅନେକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଥଟ୍ଟା ମଧ୍ୟ କରିଛନ୍ତି ।

ଅନେକ ଲୋକ ମହଙ୍ଗା ଯୁଗରେ ଏତେ ପରିମାଣର ସୁନା ଅଳଙ୍କାର ପିନ୍ଧିଥିବା ନେଇ ମତ ପ୍ରକାଶ କରିଥିବା ବେଳେ କନିଆ କାହିଁକି ଥାଳି ପିନ୍ଧିଛ ବୋଲି ମଜାଳିଆ ମତ ମଧ୍ୟ ଦେଇଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଯେତେବେଳେ ନକାରାତ୍ମକ ମନ୍ତବ୍ୟ ଅଧିକ ହେଲା ସେତେବେଳେ ଏହାର କମେଣ୍ଟ ବକ୍ସକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.