Latest Odisha News

BREAKING NEWS

ଅସହାୟ ବୃଦ୍ଧା ଦମ୍ପତ୍ତିଙ୍କ ପାଇଁ ଆବାସ ଖଣ୍ଡିଏ ପାଲଟିଛି ସାତ ସପନ

ମାଲକାନଗିରି : ଯେଉଁ ବୟସରେ ସାହାରା ମିଳିବା କଥା ସେ ବୟସରେ ନିରାଶ୍ରୟ। ତିନି ଝିଅଙ୍କୁ ବାହା ଦେଲା ପରେ ପରିଣତ ବୟସରେ ଏବେ ଅସହାୟ ବୃଦ୍ଧ ଦମ୍ପତ୍ତି। ୮୦ ଟପିଲାଣି ବୟସ । କାମ କରିବାକୁ ପାଉନି ବଳ । ତଥାପି ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । ଏ ହେଉଛନ୍ତି କାଲିମେଳା ଏମ୍ ପି ଭି ୬  ଗ୍ରାମ ର ବୁଦ୍ଧ ଦମ୍ପତ୍ତି। ଖାଇବାକୁ ନା ଅଛି ଦାନା ନା ପିନ୍ଧିବାକୁ ଅଛି ଭଲ କନା। ସରକାରୀ ଯୋଜନାରେ ଚଢି ପାରୁ ନାହିଁ ବୁଦ୍ଧ ଦମ୍ପତ୍ତିଙ୍କ ନାଁ। ମାଟି ଘରେ ମୁଣ୍ଡ ଗୁଞ୍ଜି ଛନ୍ତି ଦମ୍ପତ୍ତି।

ଅସରାଏ ବର୍ଷା ହେଲେ ସତ୍ତା ହରାଉଛି ଏ ମାଟି କୁଡିଆ। ତଥାବି ତାରି ଭିତରେ ରାନ୍ଧି ଖାଉଛନ୍ତି କାଲିମେଳା ଏମ ପି ଭି 6 ଗ୍ରାମର ବୁଦ୍ଧ ଦମ୍ପତ୍ତି ମହେନ୍ଦ୍ର ଓ ସ୍ତ୍ରୀ କଦ୍ମା ମଣ୍ଡଲ। ବୟସର ଅପରାହ୍ନରେ ଘର ଖଣ୍ଡକ ପାଇଁ ବାରମ୍ବାର ସରକାରୀ ବାବୁଙ୍କୁ ନେହୁରା ହୋଇଥିଲେ ମଧ୍ୟ ଆଜିଯାଏଁ ମିଳୁନି ଘର ଖଣ୍ଡିଏ । ଦୁଃଖ ଜର୍ଜରିତ ଜୀବନରେ ଆହା ପଦେ କହିବାକୁ ଏବେ ରାହା ଖୋଜୁଛନ୍ତି କାଲିମେଳା ଏମ.ପି.ଭି-୬ ଗ୍ରାମର ଏହି ବୁଦ୍ଧ ଦମ୍ପତ୍ତି। ମାସକ୩୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭର୍ତ୍ତାରେ ସିଲ୍ ହୋଇ ଯାଇଛି ଏ ଦମ୍ପତ୍ତିଙ୍କ ପାଇଁ ସବୁ ସରକାରୀ ସହାୟତା। ସରକାରୀ ଆବାସ ଖଣ୍ଡକ ଦେବାକୁ ଉଚିତ୍ ମାନି ନାହିଁ ବ୍ଲକ୍ ପ୍ରଶାସନ।

ଦୁଃଖ ଦୁର୍ଦ୍ଦଶାରେ ଥିବା ଦମ୍ପତ୍ତିଙ୍କ ଦୁଃଖ କାହାରି ଆଖିରେ ପଡୁ ନାହିଁ । ତେବେ ଏହି ବୁଦ୍ଧ ଦମ୍ପତ୍ତିଙ୍କୁ କେବେ ପ୍ରଶାସନ ଘର ଖଣ୍ଡିଏ ଯୋଗାଇଦେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.