Latest Odisha News

BREAKING NEWS

ଲେହେଙ୍ଗା ବଦଳରେ ଅଲଟ୍ରାମାନ ସୁଟ୍‌ ପିନ୍ଧିଲେ କନ୍ୟା : ଲୋକେ ଦେଖି ଆଶ୍ଚର୍ଯ୍ୟ

ଚୀନ: ସମସ୍ତଙ୍କ ଜୀବନରେ ବିବାହ ଏକ ବିଶେଷ ମୁହୂର୍ତ୍ତ । ତେଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ଚାହିଁଥାନ୍ତି । ନିଜର ବିବାହର ସମସ୍ତ ମୁହୂର୍ତ୍ତକୁ ସ୍ମୃତି କରିରଖିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏବେ ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏମିତି କିଛି କରିଛନ୍ତି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯୁବତୀଜଣକ ନିଜ ବିବାହରେ ଲେହେଙ୍ଗା ପିନ୍ଧିବା ପରିବର୍ତ୍ତେ ଅଲଟ୍ରାମ୍ୟାନ୍ ସୁଟ୍‌ପିନ୍ଧି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଚୀନରେ ରହୁଥିବା ଜଣେ ଯୁବତୀ ୯ ବର୍ଷ ଧରି ଜଣେ ପୁଅଙ୍କୁ ଭଲ ପାଇ ଆସୁଥିଲେ । ଶେଷରେ ଉଭୟଙ୍କ ପରିବାରର ସହମତିରେ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଆୟୋଜିତ ହେଲା । ହେଲେ ଯୁବତୀ ଜଣକ ନିଜ ବିବାହକୁ କିପରି ସ୍ୱତନ୍ତ୍ର କରିବେ ସେ ନେଇ ଚିନ୍ତା କଲେ । ଶେଷରେ ଲେହେଙ୍ଗା ପରିବର୍ତ୍ତେ ଅଲଟ୍ରାମ୍ୟାନ ସୁଟ୍ ପିନ୍ଧିବାକୁ ସ୍ଥିର କଲେ । ଯୁବତୀ ଜଣକ ଯେତେବେଳେ ଏହି ଅଲଟ୍ରାମ୍ୟାନ ସୁଟ୍ ପିନ୍ଧି ମଞ୍ଚକୁ ଆସିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ବର ମଧ୍ୟ ଏପରି ଦେଖି ଚକିତ ହୋଇଗଲେ ।

ବରର କହିବାନୁସାରେ, ତାଙ୍କ ପତ୍ନୀଙ୍କୁ ସେ ଦୀର୍ଘ ୯ ବର୍ଷ ହେଲାଣି ଜାଣିଛନ୍ତି । ସେ ଏପରି ଛୋଟ ଛୋଟ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଇଥାନ୍ତି, ଯାହା ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । କିନ୍ତୁ ବିବାହ ସମୟରେ ଲେହେଙ୍ଗା ନ ପିନ୍ଧି ଏମିତି ସୁଟ୍ ପିନ୍ଧିବେ କେବେ ଭାବି ନ ଥିଲି ।

Leave A Reply

Your email address will not be published.