Latest Odisha News

BREAKING NEWS

ମନ୍ତ୍ରୀଙ୍କ ପରେ ହଟିଲେ ଉଚ୍ଚଶିକ୍ଷା ବିଭାଗର ସଚିବ, ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ । ଅପରାହ୍ଣରେ ମନ୍ତ୍ରୀ, ସନ୍ଧ୍ୟାରେ ଉଚ୍ଚଶିକ୍ଷା ସଚିବଙ୍କୁ ପଦରୁ ଅବ୍ୟାହତି ଦେଇଛନ୍ତି । ରୋହିତ ପୂଜାରୀଙ୍କ ଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ କାଢ଼ି ନିଆଯିବାର କିଛି ଘଣ୍ଟା ମଧ୍ୟରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କୁ ସରକାର ବଦଳି କରିଛନ୍ତି ।

ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ବିଷ୍ଣୁପଦଙ୍କ ସ୍ଥାନରେ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଓଏଚପିସି ଅଧ୍ୟକ୍ଷ ପଦରୁ ମଧ୍ୟ ବିଷ୍ଣୁଙ୍କୁ ଅବ୍ୟାହତି ଦିଆଯାଇଛି ।

ତେବେ ଗୋଟିଏ ଦିନରେ କାହିଁକି ସରକାର ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ହଟାଇଲେ ? ବିଭାଗରେ ହୋଇଛି କି କିଛି ବଡ଼ଧରଣର କେଳେଙ୍କାରୀ ? ନା ବିଭାଗର କାର୍ଯ୍ୟରେ ସନ୍ତୁଷ୍ଟ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ସେ ନେଇ ବେଶ୍ ଚର୍ଚ୍ଚା ରାଜନୈତିକ ମହଲ ସହ ବ୍ୟୁରୋକ୍ରାଟ୍ ମହଲରେ ଚାଲିଛି ।

Leave A Reply

Your email address will not be published.