ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ଲାଗି ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ହୋଲିର ଏକ ଭିନ୍ନ ଉତ୍ସାହ ସମସ୍ତଙ୍କଠାରେ ଦେଖାଯାଏ l କିନ୍ତୁ ଆଜିକାଲି ବଜାରରେ ରାସାୟନିକ ହୋଲି ସମସ୍ତ ମଜା ନଷ୍ଟ କରେ l ଅନେକ ଦର ଦେଇ କିଣୁଥିବା ରଙ୍ଗ ଶରୀର ଏବଂ ଚର୍ମ ପାଇଁ ଖୁବ କ୍ଷତିକାରକ l ତେବେ ବାହାରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗ ବଦଳରେ ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ। ଏହି ରଙ୍ଗ ଆପଣଙ୍କ ତ୍ୱଚାକୁ କୌଣସି ପ୍ରକାର କ୍ଷତି ପହଁଚାଇ ନଥାଏ। ଖାଲି ଏତିକି ନୁହେଁ ଏହି ଘର ତିଆରି ରଙ୍ଗ ବଜାର ରଙ୍ଗ ଠାରୁ ଶସ୍ତା ବି ପଡିବ। ଆସନ୍ତୁ ଜାଣିବା କେମିତି ବିନା କୌଣସି ପରିଶ୍ରମରେ ଘରେ ସହଜରେ ରଙ୍ଗ ବନାଇ ପାରିବେ।
ସବୁଜ ରଙ୍ଗ ବନାଇବା ପାଇଁ ନିମ୍ବ ପତ୍ର କିମ୍ବା ପାଳଙ୍ଗ ପତ୍ର ପେଶି ସେଥିରେ ଆରୋରୁଟ୍ ବନାଇ ଦିଅନ୍ତୁ। ଏହାକୁ ଶୁଖାଇ ଗୁଣ୍ଡ କରି ରଙ୍ଗ ଭଳି ବ୍ୟବହାର କରିପାରିବେ।
ଲାଲ ରଙ୍ଗ ପାଇଁ ଆପଣ ଲାଲ୍ ମନ୍ଦାରକୁ ବ୍ୟବହାର କରିପାରିବେ।
ସେହିପରି ହଳଦି ରଙ୍ଗ ପାଇଁ ଆପଣ ରୋଷେଇ ହଳଦିର ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ ଏହାକୁ ସୁଗନ୍ଧ କରିବା ପାଇଁ ଗେଣ୍ଡୁ ଫୁଲ କିମ୍ବା ମନ୍ଦାର ଫୁଲର ବ୍ୟବହାର କରିପାରିବେ।
ହାଲୁକା କିମ୍ବା ଗାଢ଼ ଗୋଲାପୀ ରଙ୍ଗ ତିଆରି କରିବା ପାଇଁ ବିଟ୍ ରୁଟ ବ୍ୟବହାର କରନ୍ତୁ l
ନୀଳ ରଙ୍ଗ ପାଇଁ ଆପଣ ଅପରାଜିତା ଫୁଲ ମଧ୍ୟ ବ୍ୟବହାର କରିପାରିବେ l ଏହି ଫୁଲଗୁଡ଼ିକୁ ଶୁଖାଇ ଗ୍ରାଇଣ୍ଡ୍ କରି ନୀଳ ରଙ୍ଗ ପ୍ରସ୍ତୁତ କରନ୍ତୁ l
Comments are closed.