Latest Odisha News

BREAKING NEWS

ବିଦେଶରେ ବଢୁଛି ହିନ୍ଦୁ ବିରୋଧ ସ୍ବର!: ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ବିଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ ହୋଇଛି । ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ହିନ୍ଦୁ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଦେଖାଯାଇଥିଲା । ଯେଉଁଠାରେ ଏକ ମନ୍ଦିରକୁ ଟାର୍ଗେଟ କରାଯାଇଥିଲା । କିଛି ଅଜଣା ଲୋକ ମନ୍ଦିର ଭିତରେ ଭଙ୍ଗାରୁଜା କରିବା ସହ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଯାହାକୁ ଏବେ ତୀବ୍ର ବିରୋଧ କରିଛି ଭାରତ ।  ଭାରତ ଏହି ଘଟଣା ଉପରେ ଦୃଢ଼ ଆଭିମୁଖ୍ୟ ଦେଖାଇଥିବା ବେଳେ ସେଠିକା ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ।

ତେବେ ଆମେରିକାର କାଲିଫର୍ଣ୍ଣିଆରେ ହିନ୍ଦୁ ମନ୍ଦିରରେ ହୋଇଥିବା ଭଙ୍ଗାରୁଜାକୁ ଭାରତ କଡା ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ଏହି ଆକ୍ରମଣକୁ ଘୃଣ୍ୟ ବୋଲି କହିଛନ୍ତି । ଏଥିପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାକାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେ କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାର ରିପୋର୍ଟ ଦେଖିଛୁ । ଆମେ ଏପରି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛୁ । ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ, ଏଭଳି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରନ୍ତୁ ।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଲସ୍ ଆଞ୍ଜେଲସ୍‌ରେ ଥିବା ଖଲିସ୍ତାନୀ ସମର୍ଥନବାଦୀ, କାଲିଫର୍ନିଆର ଚିନୋ ହିଲ୍ସରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେଠାରେ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା (ବିଏପିଏସ) ରିପୋର୍ଟ କରିଥିଲା। ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରିଥିଲା ବିଏପିଏସ । ବିଏପିଏସ ଏହାବି ଦାବି କରିଛି ଯେ, ଏଭଳି ଘୃଣ୍ୟ କାର୍ଯ୍ୟକୁ ଗୁରୁତ୍ୱାରୋପ ଦିଆଯିବା ଉଚିତ୍ ନୁହେଁ ।

Comments are closed.