Latest Odisha News

BREAKING NEWS

ରେସଲରଙ୍କ ଧାରଣା: ଖାପ ପଂଚାୟତକୁ ଟକ୍କର ଦେବା ପାଇଁ ୪୦୦୦ ବୁଲଡୋଜର ନେଇ ଯିବ କ୍ଷତ୍ରୀୟ ଯୁବ ବାହିନୀ

ଗୌଣ୍ଡା: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ରେସଲରମାନେ ଦୁଷ୍କର୍ମ ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ଯନ୍ତରମନ୍ତରରେ ରେସଲରଙ୍କ ଏହି ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । କୃଷକ ନେତା ରାକେଶ ଟିକାଏତ ଓ ଖାପ ପଂଚାୟତ ରେସଲଙ୍କୁ ସମର୍ଥନ ଦେଇଛନ୍ତି । ମଙ୍ଗଳବାର କ୍ଷତ୍ରୀୟ ଯୁବ ବାହିନୀ ଏହି ଘଟଣାରେ ବ୍ରିଜଭୂଷଣଙ୍କ ସପକ୍ଷରେ ବାହାରିଛି । ଏହାର ସଂଯୋଜକ ଅମିତ ସିଂ କହିଛନ୍ତି ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଏହା ସତ୍ୱେ ଦେଶ ବିରୋଧୀ ଶକ୍ତି ଏବଂ ଟୁକେଡେ ଟୁକୁଡେ ଗ୍ୟାଙ୍ଗ ଏହାକୁ ସମର୍ଥନ କରିବା ଚିନ୍ତାଜନକ । ଆମେ ଏଥର ଚୁପ ବସିବୁ ନାହିଁ । ବ୍ରିଜଭୂଷଣଙ୍କ ସମର୍ଥନରେ ୪ ହଜାର ବୁଲଡୋଜର ଦିଲ୍ଲୀ ଯିବ ।

ଦିଲ୍ଲୀର ୨୦୦ କିଲୋମିଟର ପରିଧି ମଧ୍ୟରେ ୨ ହଜାରରୁ ଅଧିକ ଗ୍ରାମ ଅଛି । ଏଥିରୁ ଯଦି ୧୦ ପ୍ରତିଶତ ଯିବେ ତେବେ ଖାପ ପଂଚାୟକ ଉଡିଯିବ ବୋଲି ଅମିତ କହିଛନ୍ତି । ରାଣାପ୍ରତାପଙ୍କ ଜୟନ୍ତୀରେ ଯୁବ ବାହିନୀ ମହା ପଂଚାୟତ ଆୟୋଜନ କରିଥିଲା । ଏଥିରେ ୫୦ରୁ ଅଧିକ ଗ୍ରାମର ପ୍ରଧାନ ଓ ଜିଲ୍ଲା ସଂରପଚ ଉପସ୍ଥିତ ଥିଲେ । ସେମାନେ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି ।

Comments are closed.