Latest Odisha News

BREAKING NEWS

ତାତି ସହ ବଢ଼ିଲା ଗୁଳୁଗୁଳି, ୪୦ ଉପରେ ୧୮ ସହର

ଭୁବନେଶ୍ୱର: ରାଜ୍ୟରେ ତାତି ବଢ଼ିବା ସହ ଗୁଳୁଗୁଳି ବଢ଼ିଛି । ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆଜି ଅସହ୍ୟ ଗରମରେ ସନ୍ତୁଳି ହୋଇଛି । ଆଜି ରାଜ୍ୟର ୧୮ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ପତ୍ତ ସହର ପାଲଟିଛି ବୌଦ୍ଧ । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।

BjdElectrycity

ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୧.୭ ଡିଗ୍ରୀ, ତାଳଚେରରେ ୪୧.୬ ଡିଗ୍ରୀ, ସମ୍ବଲପୁର ଓ ରାଉରକେଲାରେ ୪୧.୪ ଡିଗ୍ରୀ, ସୁନ୍ଦରଗଡ଼ ଓ ଅନୁଗୁଳରେ ୪୧.୧ ଡିଗ୍ରୀ, କେନ୍ଦ୍ରାପଡ଼ାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ସେହିଭଳି ସୋନପୁରରେ ୪୦.୯ ଡିଗ୍ରୀ, ହିରାକୁଦରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ନୟାଗଡ଼ରେ ୪୦.୩ ଡିଗ୍ରୀ, ବାରିପଦାରେ ୪୦.୨ ଡିଗ୍ରୀ, ଚାନ୍ଦବାଲିରେ ୪୦.୧ ଡିଗ୍ରୀ, ଜଗତସିଂହପୁର, କଟକ ଓ ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଆଜି ସନ୍ଧ୍ୟାରେ ଅବପାତ ପରେ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ । ହେଲେ ଓଡ଼ିଶା ଉପକୂଳରୁ ଏହା ୬୦୦ କିଲୋମିଟରରୁ ଅଧିକ ଦୂରରେ ରହିଥିବାରୁ କୌଣସି ପ୍ରଭାବ ରାଜ୍ୟ ଉପରେ ରହିବ ନାହିଁ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ରୁ ୫ ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୩ରୁ ୪ ଦିନ ଯାଏ ୪୦ ଡିଗ୍ରୀ ଉପରେ ରହିବ । ଏହି ସମୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ୨ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ ।

Leave A Reply

Your email address will not be published.