Latest Odisha News

BREAKING NEWS

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ ପଡ଼ିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଅଡିଓ ଶୁଣାଇଛନ୍ତି ।

ମଞ୍ଚରେ ପାଣ୍ଡିଆନ୍ ପ୍ଲେ କରିଥିବା ଅଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ବରଗଡ଼ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ମିଶନ ଶକ୍ତି ମାଆମାନଙ୍କୁ ମୋର ଜୁହାର୍ । ଆପଣମାନେ ଭଲ କାମ କରନ୍ତୁ, ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି । ମୁଁ ମୋର ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଛି, ଆପଣମାନଙ୍କ ସୁଖ, ଦୁଃଖ ଓ ସମସ୍ୟା ବୁଝିବା ପାଇଁ । ଆପଣଙ୍କ ସମସ୍ୟାକୁ ଦୂର କରିବି ।

ଜନସଭାରେ ପାଣ୍ଡିଆନ୍ ଏ ଅଡିଓକୁ ମଞ୍ଚରେ ଲୋକଙ୍କୁ ଶୁଣାଇଛନ୍ତି । ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ନବୀନ ଅଡିଓ ବାର୍ତ୍ତାରେ ଜବାବ ଦେଇଛନ୍ତି ।

ତେବେ ନିକଟରେ ସୂଚନା ଅଧିକାର ଆଇନରେ ମଗା ଯାଇଥିବା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ସିଏମଓ ପକ୍ଷରୁ ସେଭଳି କିଛି ନିର୍ଦ୍ଦେଶ ଦିଆଯାଇ ନାହିଁ । ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ସହ କରିବା ସହ ସୁପର୍ ସିଏମ୍ ଆଖ୍ୟା ଦେଇଛନ୍ତି । ଏଭଳି ସ୍ଥଳେ ଯାହାକୁ ନେଇ ବିରୋଧୀ ଅଭିଯୋଗ କରୁଛନ୍ତି ସେ ମଞ୍ଚରେ ଅଡିଓ ବାର୍ତ୍ତା ଶୁଣାଇବା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.