ଲଣ୍ଡନ: ଚୀନଠାରୁ ୩.୫ ମିଲିୟନ ଆନଟି ବଡି ଟେଷ୍ଟ କିଣି ଗ୍ରେଟ ବ୍ରିଟେନ ଅଡୁଆରେ ପଡିଛି । ଏହା ଖରାପ ଥିବାରୁ ଏବଂ କାର୍ଯ୍ୟ କରୁ ନ ଥିବାରୁ ଏ ବାବଦକୁ ଦେଇଥିବା ଅର୍ଥ ଫେରସ୍ତ ମାଗିଛି ବ୍ରିଟେନ । ବ୍ରିଟେନ କରୋନା ଭାଇରସର ମୁକାବିଲା ପାଇଁ ଚୀନ୍ ଠାରୁ ୩.୫ ନିୟୁତ ଆଂଟିବଡି ଟେଷ୍ଟକିଟ୍ ମଗାଇଥିଲା । ପୂର୍ବରୁ ନେଦରଲାଣ୍ଡ ସରକାର ଚୀନ୍ରୁ ୬ ଲକ୍ଷ ଫେସମାସ୍କ ମଗାଇଥିଲେ । କିନ୍ତୁ ସେ ସବୁ ନିମ୍ନମାନର ବୋଲି ଜଣାପଡିବା ପରେ ନେଦରଲାଣ୍ଡ ସରକାର ସେଗୁଡିକୁ ବିଭିନ୍ନ କେନ୍ଦ୍ରରୁ ପ୍ରତ୍ୟାହାର କରିଥିଲେ ।
ସ୍ପେନରେ ବି ଚୀନ୍ ଠାରୁ କିଣାଯାଇଥିବା ପ୍ରାୟ ୬୦,୦୦୦ ଟେଷ୍ଟ କିଟ୍ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଜଣାପଡିଥିଲା । ସ୍ଲୋଭାକିଆର ସରକାର କହିଥିଲେ ଯେ ଚୀନ୍ ଠାରୁ କିଣାଯାଇଥିବା ପ୍ରାୟ ୧୦ ଲକ୍ଷ ଟେଷ୍ଟ କିଟ୍ ଏତେ ମାତ୍ରାରେ ତ୍ରୁଟିପୂର୍ଣ୍ଣ ଯେ ସେଗୁଡିକୁ ବ୍ୟବହାର କରିବା ବଦଳରେ ଫିଙ୍ଗି ଦିଆଯିବା ଦରକାର ।
Comments are closed.