Latest Odisha News

କେରଳରେ ଜରୁରୀକାଳୀନ ଅବତରଣ କଲା ବ୍ରିଟିଶ ଫାଇଟର ଜେଟ୍ 

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମରେ ଶନିବାର ଏକ ବ୍ରିଟିଶ ଲଢ଼ୁଆ ବିମାନ ଜରୁରୀକାଳୀନ ଅବତରଣ କରିଛି।

ସୂଚନା ଅନୁଯାୟୀ, ଏହି ଲଢ଼ୁଆ ବିମାନ ଇନ୍ଧନ ଅଭାବରୁ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। କମ ଇନ୍ଧନ ଯୋଗୁଁ ଶନିବାର ରାତି ପ୍ରାୟ ୯.୩୦ ସମୟରେ ବ୍ରିଟିଶ F-35 ଲଢ଼ୁଆ ବିମାନକୁ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।

କମ ଇନ୍ଧନ ଯୋଗୁଁ ପାଇଲଟ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗି। ଅନୁମତି ମିଳିବ ପରେ ବିମାନ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ସୂଚନା ଅନୁଯାୟୀ, ଏହି ଲଢ଼ୁଆ ବିମାନ ବର୍ତ୍ତମାନ ଇନ୍ଧନ ପାଇଁ ଅପେକ୍ଷା କରିଛି। ଇନ୍ଧନ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। F-35 ଅବତରଣ କରିବା ସମୟରେ ଏହାକୁ ଭାରତୀୟ ଲଢ଼ୁଆ ବିମାନ ଦ୍ୱାରା ଏସ୍କର୍ଟ କରାଯାଇଥିଲା ଏବଂ ସୁରକ୍ଷିତ ଭାବରେ ଅବତରଣ କରିବାରେ ସାହାଯ୍ୟ କରାଯାଇଥିଲା।

 

Comments are closed.