Latest Odisha News

BREAKING NEWS

ପହଞ୍ଚିଲେ ୟୁକେ ଟେକ୍ନିକାଲ ଏକ୍ସପର୍ଟ, ଏମଆରଓକୁ ସିଫ୍ଟ ହେଲା ବ୍ରିଟିଶ ନେଭିର F-35 ଯୁଦ୍ଧ ବିମାନ

କେରଳ: ପ୍ରାୟ ଏକ ମାସ ଧରି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛିଡା ହୋଇଥିବା ବ୍ରିଟିଶ ରୟାଲ ନୌସେନାର ହାଇ-ଟେକ୍ ଲଢ଼ୁଆ ବିମାନ F-35B ଶେଷରେ ରବିବାର ସ୍ଥାନାନ୍ତରିତ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ କରିବେ। ଏଥି ପାଇଁ ଏକ ଟେକ୍ନିକାଲ ଏକ୍ସପର୍ଟଙ୍କ ଟିମ୍ ବିମାନ ବନ୍ଦରକୁ ପହଞ୍ଚିଛି। ରବିବାର ମେଣ୍ଟେନାନ୍ସ ରିପ୍ୟାର ଆଣ୍ଡ ଓଭର ହୋଲ (ଏମଆରଓ) କୁ ସିଫ୍ଟ ହୋଇଛି।

ଏଥିରେ ବ୍ୟବହୃତ ଷ୍ଟେଲଥ ପ୍ରଯୁକ୍ତିବିଦ୍ୟାକୁ ଅତ୍ୟନ୍ତ ଗୋପନୀୟ ବୋଲି ବିବେଚନା କରାଯାଏ। ବ୍ରିଟେନର ଏକ ସ୍ୱତନ୍ତ୍ର ଇଞ୍ଜିନିୟର ଦଳ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ବିମାନବନ୍ଦର ଅଧିକାରୀ ଏବଂ ପୋଲିସର ସୁରକ୍ଷାରେ ଅତ୍ୟନ୍ତ ଗୋପନୀୟତାର ସହିତ କରାଯାଇଥିଲା। ଏହାକୁ ଏବେ ବିମାନବନ୍ଦରର MRO (Maintenance, Repair and Overhaul) ସୁବିଧାକୁ ନିଆଯାଇଛି, ଯାହା ବୈଷୟିକ କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର କ୍ଷେତ୍ର।

ବ୍ରିଟିଶ ହାଇ କମିଶନର ଜଣେ ମୁଖପାତ୍ର କହିଛନ୍ତି ଯେ ୟୁକେ ଭାରତର ସମର୍ଥନକୁ ସ୍ୱୀକାର କରିଛି ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରଶଂସା କରିଛି। ମୁଖପାତ୍ର କହିଛନ୍ତି “ଭାରତୀୟ କର୍ତ୍ତୃପକ୍ଷ ଏବଂ ବିମାନବନ୍ଦର ଦଳଗୁଡ଼ିକର ନିରନ୍ତର ସମର୍ଥନ ଏବଂ ସହଯୋଗ ପାଇଁ ୟୁକେ ବହୁତ କୃତଜ୍ଞ” ।

ପ୍ରାୟ ଗୋଟିଏ ମାସ ପୂର୍ବେ କୌଣସି ପୂର୍ବ ସୂଚନା ବିନା F-35B ବିମାନଟି ତିରୁବନନ୍ତପୁରମରେ ଅବତରଣ କରିଥିଲା। ଏହି ଫାଇଟର ଜେଟ୍ ର ମୂଲ୍ୟ ଏବେ ୧୧୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୯୦୦ କୋଟି ଟଙ୍କା।

Comments are closed.