Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ବ୍ରିଟେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ ଆସନ୍ତା ସପ୍ତାହରୁ ଆଉ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ । ଅର୍ଥାତ୍ ମାସ୍କ ପିନ୍ଧିବା ବାଧ୍ୟତାମଳକ ହେବନି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କୋଭିଡ୍ ଗାଇଡଲାଇନରେ କୋହଳ ଘୋଷଣା କରିଛନ୍ତି । କାରଣ ଓମିକ୍ରନ୍ ଲହର ବ୍ରିଟେନରେ ଶେଷ ସ୍ତରରେ ପହଞ୍ଚି ସାରିଛି ।

BjdElectrycity

ବୋରିସ୍ ଜନସନ୍ କହିଛନ୍ତି, ବୈଜ୍ଞାନିକଙ୍କ ମତରେ ବ୍ରିଟେନରେ ଓମିକ୍ରନ୍ ଲହର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦିଓ ସେଠାରେ ଫେସ୍ ମାସ୍କ ଜରୁରୀ ନୁହେଁ, କିନ୍ତୁ ଭିଡ଼ ଜାଗାରେ ମୁହଁ ଘୋଡ଼ାଇ ରଖିବାକ ପରାମର୍ଶ ଦିଆଯାଇଛି । ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବନି ।

ଓ୍ୱାର୍କ ଫ୍ରମ୍ ହୋମ୍ ଗାଇଡଲାଇନକୁ ସରକାର ଉଠାଇ ଦେଇଛନ୍ତି ବ୍ରିଟ୍ନେ ସରକାର । ଏଣିକି ଅଫିସରେ କାମ କରିପାରିବେ । ସେହିପରି କୌଣସି କାର୍ୟ୍ୟକ୍ରମରେ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍ କିମ୍ବା କୋଭିଡ୍ ନେଗେଟିଭ୍ ରିପୋର୍ଟର ଆଉ ଆବଶ୍ୟକତା ପଡ଼ିବନି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାଇରସର ଅନ୍ତ ନାହିଁ । ଏହା ସହିତ ଆମକୁ ବଞ୍ଚିବାକୁ ପଡ଼ିବ ।

Comments are closed, but trackbacks and pingbacks are open.