Latest Odisha News

BREAKING NEWS

ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ମଧ୍ୟରେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଆଉ ୭ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱରରୁ ୪ଜଣ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ସମ୍ବଲପୁରରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରୁ ୮୪ବର୍ଷୀୟ, ୬୪ ବର୍ଷୀୟ, ୯୬ବର୍ଷୀୟ, ୭୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରୁ ୪୫ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାରୁ ୫୨ବର୍ଷୀୟ ମହିଳା, ସମ୍ବଲପୁରରୁ ୧୯ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.