Latest Odisha News

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବନ୍ଧ ସୂଚନା ଦେଲେ, ଗ୍ରୀଷ୍ମ ଋତୁରେ ବାପା ହେବେ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ କେରୀ ସାଇମଣ୍ଡ୍ସ ଶନିବାର ସନ୍ଧ୍ୟାରେ ନିଜ ନିର୍ବନ୍ଧ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଚଳିତ ବର୍ଷ ଖରାଦିନେ ସେମାନେ ମାତା-ପିତା ହେବାକୁ ଯାଉଛନ୍ତି । ଜନସନଙ୍କ ଦ୍ୱିତୀୟ ପତ୍ନୀ ଭାରତୀୟ ମୂଳର ମାରିନା ହ୍ୱିଲର  ଡିଭୋର୍ସର ଅଫିସିଆଲ କାର୍ୟ୍ୟ ପୂରଣ କରି ଏକ ଆର୍ଥିକ ଚୁକ୍ତିରେ ପହଞ୍ଚିଛନ୍ତି । ସାଇମଣ୍ଡ୍ସ ଜନସନଙ୍କ ତୃତୀୟ ପତ୍ନୀ ହେବେ ।

ସେ ପ୍ରଥମ ଅଲେଗ୍ରା ମୋଷ୍ଟିନ୍-ଓଭେନଙ୍କୁ ୧୯୮୭ରେ ବିବାହ କରିଥିଲେ । ୧୯୯୩ରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା । ଏହା ପରେ ସେ ୧୯୯୩ରେ ହ୍ୱିଲରଙ୍କୁ ବିବାହ କରିଥିଲେ । ତାଙ୍କର ୪ ପିଲା ମଧ୍ୟ ଅଛନ୍ତି । ଜନସନ୍ ଓ ସାଇମଣ୍ଡ୍ସ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସମସ୍ତଙ୍କୁ ନିଜ ନିର୍ବନ୍ଧ ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.