Latest Odisha News

BREAKING NEWS

ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରବିବାର ଦିନ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ କ୍ୟାବିନେଟ ପାହ୍ୟା ସହ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ଫେବୃଆରୀ ମାସରେ ଓଡିଶା ସରକାର ନୀତି ଆୟୋଗ ଅନୁସାରେ ବୋର୍ଡର ପୁନର୍ଗଠନ କରିବା ପାଇଁ ଘୋଷଣା କରିଥିଲେ ।

ଯୋଜନା ଓ ସଂଯୋଜକ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚିତ କରିଥିଲେ କି, ରାଜ୍ୟ ସରକାର କେରଳ ସରକାରଙ୍କ ଢ଼ାଂଚାରେ ସଫଳତାପୂର୍ବକ ଯୋଜନା ପ୍ରସ୍ତୁତ କରୁଛନ୍ତି । ନୂଆ ଯୋଜନା ପ୍ରସ୍ତୁତ କରିବାର ରୋଡମ୍ୟାପ ଅନ୍ତିମ ପର୍ଯ୍ୟାୟରେ ଅଛି ଓ ରାଜ୍ୟ ସରକାର ଅତିଶୀଘ୍ର ଏହାର ଘୋଷଣା କରିବେ ।

ପୂର୍ବରୁ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.