Latest Odisha News

ଆମେରିକା ସମାଜ ପାଇଁ ବିପଦ ବୁଲି ଡଗ୍ସ: ବ୍ୟାନ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ମୁମ୍ବାଇ: କୁକୁରକୁ ନେଇ ଭୟଭୀତ ଇଂଲଣ୍ଡ। ଆମେରିକୀୟ ବୁଲି ଡଗ୍ସ ଆମେରିକା ସମାଜ ପାଇଁ ବିପଦ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବ୍ୟାନ୍ କରିଛନ୍ତି । ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍ । ଯେଉଁଥିରେ ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ଋଷି ସୁନକ୍ ।

ଇଂଲଣ୍ଡରେ ଆମେରିକାନ୍ ବୁଲି ଡଗ୍ ଆକ୍ରମଣ ଘଟଣା ବାରମ୍ୱାର ଘଟୁଛି। ଗତକାଲି ଏହି ପ୍ରଜାତିର କୁକୁର ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ସପ୍ତାହରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା  ।  ଷ୍ଟେଫର୍ଡଶାୟରରେ ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି  ।  ଏହା ପୂର୍ବରୁ ଏହି କୁକୁରର ଆକ୍ରମଣରେ ୧୧ ବର୍ଷର ଶିଶୁ ମଧ୍ୟ ଗୁରୁତର ହୋଇଥିଲା । ଆମେରିକାନ୍ ଏକ୍ସଏଲ ବୁଲି ଡଗ୍ସ ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଜଣାଶୁଣା । ତେବେ ଏହି କୁକୁର ପାଇଁ ସ୍ୱତନ୍ତ୍ର ଆଇନ୍ ବର୍ଷର ଶେଷ ସୁଦ୍ଧା ଆସିବ । ବର୍ତ୍ତମାନ ସ୍ଥିତିରେ ଏପରି ଆକ୍ରମଣ ସମାଧାନକୁ ଦୃଷ୍ଟିରେ ରଖି ଏହି କୁକୁରକୁ ବ୍ୟାନ୍ କରିଛନ୍ତି ଋଷି ସୁନକ୍ ।

Leave A Reply

Your email address will not be published.