Latest Odisha News

BREAKING NEWS

ମହାରାଷ୍ଟ୍ର ଥାନେରେ ଭୁଶୁଡିଲା ୫୦ ବର୍ଷର ପୁରୁଣା କୋଠା, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଥାନେରେ ଅଭାବନୀୟ ଘଟଣା ଘଟିଛି  । ଏକ ୫୦ ବର୍ଷ ପୁରୁଣା କୋଠା ଭୁଶୁଡି ପଡିଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି  । ଗତକାଲି ୪ ମହଲା ବିଶିଷ୍ଟ ଆବାସିକ କୋଠାଟି ଭୁଶୁଡି ପଡିଥିଲା  । ଫଳରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା  । ଜଣେ ମହିଳାଙ୍କ ମୃତଦେହକୁ ଅଳିଆ ଆର୍ବଜନା ମଧ୍ୟରୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଟିମ୍  ।

କଲ୍ୟାଣ ଡୋମ୍ବିଭାଲୀ ମ୍ୟୁନିସପାଲଟି କର୍ପୋରେସନ୍ ଅଧୀନରେ ଥିବା ଆୟାର ଗାଁରେ ଅବସ୍ଥିତ ଆଦି ନାରାୟଣ ଭବନକୁ କର୍ତ୍ତୁପକ୍ଷ ପୁରୁଣା ଏବଂ ବିପଜ୍ଜନକ ବୋଲି ଘୋଷଣା କରିସାରିଛନ୍ତି  ।  ଏଠାରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ନୋଟିସ୍ କରାଯାଇଥିଲା  । ଏହି ବିଲ୍ଡିଂରେ ୪୪ଟି ଘର ଥିଲା  । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି  ।

Leave A Reply

Your email address will not be published.