Latest Odisha News

BREAKING NEWS

କବାବ ଲୋଭରେ ଧରାପଡିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ

ଭୁବନେଶ୍ୱର: କେବେ କେବେ ଖାଦ୍ୟ ପ୍ରେମ ଆପଣଙ୍କୁ ମହଙ୍ଗା ପଡିପାରେ । ଖାଦ୍ୟ ଲୋଭରେ ରୋଗାକ୍ରାନ୍ତ କିମ୍ବା ମେଦ ବହୁଳତା କଥା ସାଧାରଣ ଘଟଣା । ହେଲେ ଖାଦ୍ୟ ପ୍ରେମ ପାଇଁ ଗିରଫଦାରୀ ଘଟଣା ନିଶ୍ଚିତ ଭାବେ ଅସାଧାରଣ । କବାବ ଲୋଭରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟର ଜଣେ ଆତଙ୍କବାଦୀ ଗିରଫ ହେବା ଘଟଣା ଖୁବ ଚର୍ଚ୍ଚା ସାଉଣ୍ଟିଛି ।

କବାବ ପ୍ରେମ ପାଇଁ ସ୍ପେନ୍ ପୋଲିସ ହାତରେ ବେଶ ନାଟକୀୟ ଢଙ୍ଗରେ ଧରାପଡିଛ ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ଅବ୍ଦୁଲ ମାଜିଦ ଅବ୍ଦୁଲ ବେରୀ । ଗିରଫ ଆତଙ୍କବାଦୀ ଜଣକ ବ୍ରିଟିଶ ବାସିନ୍ଦା ବୋଲି ଜଣାପଡିଛି । ୨୦୧୩ରେ ଆତଙ୍କବାଦୀ ଅବ୍ଦୁଲ ସିରିଆରେ ପହଂଚି ଆଇଏସ୍‌ରେ ଯୋଗଦେଇଥିଲା । ତେବେ ଦୀର୍ଘ ବର୍ଷ ପରେ ଅବବ୍ଦୁଲ ଏକ ମିଶନ ପାଇଁ ସ୍ପେନର ଅଲମେରିଆରେ ପହଂଚିବା ପରେ ସ୍ପେନର ଗୁଇନ୍ଦା ବିଭାଗ ସଜାଗ ଥିଲା । ହେଲେ ଅବ୍ଦୁଲକୁ ଟ୍ରାକ୍ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା ।

ସ୍ପେନର ଖବର କାଗଜ ଏଲ୍ ପ୍ୟାରିସ୍ ଅନୁଯାୟୀ, ଆତଙ୍କବାଦୀ ଅବ୍ଦୁଲ ପାଇଁ ତାର ଜଣେ ସାଙ୍ଗ ଅପ୍ରେଲ୍‌୧୫’ ରେ ଅନ୍‌ଲାଇନ୍ କବାବ୍ ଅର୍ଡର୍ କରିଥିଲା । ସେହିଭଳି ପରଦିନ ଦ୍ୱିତୀୟ ଥର ପାଇଁ ମାକ୍ରୋ ଡୋନର୍ ନାମକ ଅନ୍ୟ ଏକ ଦୋକାନରୁ ପୁନର୍ବାର କବାବ ଅର୍ଡର୍ ହୋଇଥିଲା ।

ଦୁଇଟି ଅର୍ଡରକୁ ଟ୍ରାକ୍ କରି ପୋଲିସ ଆପାର୍ଟମେଣ୍ଟ ନିକଟରେ ପହଂଚିଥିଲା । ଶେଷରେ ଅଲମେରା ପୋଲିସ ବିଭାଗର ଜଣେ ଗୁପ୍ତଚର ଆତଙ୍କବାଦୀ ଅବ୍ଦୁଲକୁ ଚିହ୍ନଟ କରିଥିଲେ । ଫଳରେ ଆତଙ୍କବାଦୀ ଅବ୍ଦୁଲ ସମେତ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ୪୩ ହଜାର ପାଉଣ୍ଡ ମୂଲ୍ୟର ବିଟ୍ କଏନ ଠାବ ହୋଇଛି । ଅନେକ ହୁଏ ତ ଜାଣିନଥିବେ ଯେ ଗିରଫ ଆତଙ୍କବାଦୀ ଜଣକ କୁଖ୍ୟାତ ଆତଙ୍କବାଦୀ ଆଦିଲ ଅବ୍ଦୁଲର ବେରୀର ପୁଅ । ଯିଏ ଆଫ୍ରିକାରେ ୨୦୦ ଲୋକଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିବା ଅଭିଯୋଗରେ ଜେଲାରେ ସଜା କାଟୁଛି ।

Leave A Reply

Your email address will not be published.