Latest Odisha News

BREAKING NEWS

ପୁଅ ଜିଉଁନ୍ତିଆ ପୂଜା ବନ୍ଦାପନା

ସୁବର୍ଣ୍ଣପୁର : ଆଶ୍ବୀନ ମାସ ମୂଳାଷ୍ଟମୀରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା l ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି l ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଛନ୍ତି l ଏହି ଦିନ ମାଆ ମାନେ ମାଆ ଦୁର୍ଗାଦେବୀଙ୍କ ଶରଣାପନ୍ନ ହୋଇଥାନ୍ତି ପୁଅର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ।

ପ୍ରତିଟି ସନ୍ତାନ ପାଇଁ ୧୦୮ଟି ଅଖତ ଦୂବ, ୧୦୮ଟି ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲକୁ ନେଇ ଜିଉନ୍ତିଆକୁ ବିଡାବାନ୍ଧି ସମର୍ପଣ କରିଥାନ୍ତି ଦୂତିବାହାନଙ୍କ ନିକଟରେ । ତା ପରଦିନ ସକାଳେ ସମର୍ପିତ ଦୂବ,ଚାଉଳ ବିଡାକୁ ନେଇ ପୁଅକୁ ବନ୍ଦାଇଥାନ୍ତି । ବିଶ୍ୱାସ ରହିଛି ଏହା ଦ୍ୱାରା ସନ୍ତାନର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ଦୀର୍ଘାୟୁ ହୋଇଥାନ୍ତି ।

ମନ୍ତ୍ର, ତନ୍ତ୍ରର ନିଦର୍ଶନ ପୁଅଜିଉନ୍ତିଆ ପର୍ବ । ଦେବୀ ଦୁର୍ଗାଙ୍କ ଆସନ ପାଇଁ ମାଟିରେ ଖୋଲାଯାଏ ତିନୋଟି ବର୍ଗାକାର ଯନ୍ତ୍ର । ପରେ ଯନ୍ତ୍ରର ମଧ୍ୟ ଭାଗରେ ଦେବୀ ଦୁର୍ଗାଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଏ ତନ୍ତ୍ର ପଦ୍ଧତିରେ । ଧୂପ ,ଦ୍ୱୀପ ନୈବେଦ୍ୟ ନେଇ ଦୂତିବାହନ ପୁରାଣ ପାଠରେ ମାଆ ଦୁର୍ଗାଙ୍କୁ ଆରଧାନା କରିଥାନ୍ତି ପୁଅର ମଙ୍ଗଳ ପାଇଁ ।

ଏହି ପୂଜା ନିଷ୍ଠାର ସହ ପାଳନ କରିବା ପାଇଁ ମାଆ ମାନେ ଦିନ ଯାକ ନିର୍ଜଳା ଉପବାସ କରି ଦେବୀ ଦୁର୍ଗାଙ୍କ ସହ ବୃକ୍ଷ ଓ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି l

Leave A Reply

Your email address will not be published.