ଲଣ୍ଡନ: ବ୍ରିଟେନର ଏବି ବେଲା ନାମକ ଜଣେ ମହିଳା ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ଏଲିୟନମାନେ ଅପହରଣ କରି ନେବା ପରେ ସେ ସେଠାରେ ଜଣେ ପରଗ୍ରହୀ ଜୀବ ପ୍ରେମରେ ପଡି ଯାଇଛନ୍ତି । ଅପହରଣ କରିବା ପରେ ସେମାନେ ମୋର ଯତ୍ନ ନେଇଥିଲେ ଏବଂ ଭଲରେ ପୃଥବୀ ପୃଷ୍ଠରେ ଆଣି ଛାଡିଥିଲେ । ବେଲାଙ୍କ କହିବା ଅନୁସାରେ ସେ ଇଂଟରନେଟରେ ଲେଖିଥିଲେ ମୁଁ ପୃଥ୍ୱୀ ପୃଷ୍ଠରେ ଥିବା ପୁରୁଷଙ୍କ ପ୍ରତି ବିମୁଖ ହୋଇଗଲିଣି । ମୁଁ ଚାହୁଁଛି କୌଣସି ଏକ ଏଲିୟନ ମୋତେ ଅପହରଣ କରି ନେଇଯାଉ । ଏହା ପରେ ପରେ କିଛି ଦିନ ଧରି ସ୍ୱପ୍ନରେ କେବଳ ଧଳା ଆଲୋକ ଦେଖିବାକୁ ପାଇଥିଲି । ଥରେ ରାତିରେ ଶୋଇବାକୁ ଗଲା ପରେ ସ୍ୱପ୍ନରେ କିଏ ଜଣେ କହିଲା ସବୁ ବେଳେ ଯେଉଁ ସ୍ଥାନରେ ବସ, ଆଜି ବି ସେଠାରେ ଅପେକ୍ଷା କର । ବେଲା ଝରକା ଖୋଲି ବସିଥିବା ବେଳେ ଏକ ୟୁଏଫଓ ତାଙ୍କୁ ଅପହରଣ କରି ନେଇଥିଲା ।
ଏଲିୟନ୍ସ ମାନେ କିପରି ଦେଖା ଯାଆନ୍ତି ପଚରାଯିବାରୁ ସେ କହିଥିଲେ, ଆମ ଭଳି ମଣିଷ କିନ୍ତୁ ଅପେକ୍ଷାକୃତ ପତଳା ଏବଂ ଲମ୍ବା । ୨୦ ମିନିଟ ମୋତେ ରଖିବା ପରେ ସେମାନେ ଛାଡି ଦେଇଥିଲେ । ମୁଁ ମୋ ପ୍ରେମିକା ସହ ଏଣ୍ଡ୍ରୋମେଡା ଆକାଶଗଙ୍ଗା ଯାତ୍ରା କରିବା ଲକ୍ଷ୍ୟରେ ରହିଛି ବୋଲି କହିଛନ୍ତି । ବେଲାଙ୍କ ପୂର୍ବରୁ ଅନେକ ବ୍ୟକ୍ତି ସେମାନଙ୍କୁ ଏଲିୟନ୍ସମାନେ ଅପହରଣ କରିଥିବା କହିଥିଲେ ମଧ୍ୟ ଏହାର ପ୍ରମାଣ ହସ୍ତଗତ ହୋଇ ପାରି ନାହିଁ ।
BREAKING NEWS
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
Comments are closed.