ଲଣ୍ଡନ: ବ୍ରିଟେନର ଏବି ବେଲା ନାମକ ଜଣେ ମହିଳା ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ଏଲିୟନମାନେ ଅପହରଣ କରି ନେବା ପରେ ସେ ସେଠାରେ ଜଣେ ପରଗ୍ରହୀ ଜୀବ ପ୍ରେମରେ ପଡି ଯାଇଛନ୍ତି । ଅପହରଣ କରିବା ପରେ ସେମାନେ ମୋର ଯତ୍ନ ନେଇଥିଲେ ଏବଂ ଭଲରେ ପୃଥବୀ ପୃଷ୍ଠରେ ଆଣି ଛାଡିଥିଲେ । ବେଲାଙ୍କ କହିବା ଅନୁସାରେ ସେ ଇଂଟରନେଟରେ ଲେଖିଥିଲେ ମୁଁ ପୃଥ୍ୱୀ ପୃଷ୍ଠରେ ଥିବା ପୁରୁଷଙ୍କ ପ୍ରତି ବିମୁଖ ହୋଇଗଲିଣି । ମୁଁ ଚାହୁଁଛି କୌଣସି ଏକ ଏଲିୟନ ମୋତେ ଅପହରଣ କରି ନେଇଯାଉ । ଏହା ପରେ ପରେ କିଛି ଦିନ ଧରି ସ୍ୱପ୍ନରେ କେବଳ ଧଳା ଆଲୋକ ଦେଖିବାକୁ ପାଇଥିଲି । ଥରେ ରାତିରେ ଶୋଇବାକୁ ଗଲା ପରେ ସ୍ୱପ୍ନରେ କିଏ ଜଣେ କହିଲା ସବୁ ବେଳେ ଯେଉଁ ସ୍ଥାନରେ ବସ, ଆଜି ବି ସେଠାରେ ଅପେକ୍ଷା କର । ବେଲା ଝରକା ଖୋଲି ବସିଥିବା ବେଳେ ଏକ ୟୁଏଫଓ ତାଙ୍କୁ ଅପହରଣ କରି ନେଇଥିଲା ।
ଏଲିୟନ୍ସ ମାନେ କିପରି ଦେଖା ଯାଆନ୍ତି ପଚରାଯିବାରୁ ସେ କହିଥିଲେ, ଆମ ଭଳି ମଣିଷ କିନ୍ତୁ ଅପେକ୍ଷାକୃତ ପତଳା ଏବଂ ଲମ୍ବା । ୨୦ ମିନିଟ ମୋତେ ରଖିବା ପରେ ସେମାନେ ଛାଡି ଦେଇଥିଲେ । ମୁଁ ମୋ ପ୍ରେମିକା ସହ ଏଣ୍ଡ୍ରୋମେଡା ଆକାଶଗଙ୍ଗା ଯାତ୍ରା କରିବା ଲକ୍ଷ୍ୟରେ ରହିଛି ବୋଲି କହିଛନ୍ତି । ବେଲାଙ୍କ ପୂର୍ବରୁ ଅନେକ ବ୍ୟକ୍ତି ସେମାନଙ୍କୁ ଏଲିୟନ୍ସମାନେ ଅପହରଣ କରିଥିବା କହିଥିଲେ ମଧ୍ୟ ଏହାର ପ୍ରମାଣ ହସ୍ତଗତ ହୋଇ ପାରି ନାହିଁ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.