ଲଣ୍ଡନ: ପପ ସିଙ୍ଗର ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗି ଯାଇଥିବା ଖବର ପ୍ରକାଶ ପାଇଛି । ବ୍ରିଟନୀ ଓ ତାଙ୍କ ପତି ସ୍ୟାମ ଅସଗରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ୧୪ ମାସ ତଳେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ । ୨୦୧୬ରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ । ଏହା ପରେ ଉଭୟ ୭ ବର୍ଷ ଏକତ୍ର ରହିଥିଲେ । ସେମାନଙ୍କ ବିବାହ ବିଚ୍ଛେଦ ଖବର ପ୍ରଶଂସକଙ୍କୁ ନିରାଶ କରିଛି ।
ବ୍ରିଟନୀଙ୍କ ବୟସ ୪୧ ହୋଇଥିବା ବେଳେ ସ୍ୟାମ ୨୯ ବର୍ଷର ଅଟନ୍ତି । ବ୍ରିଟନୀ ୨୦୦୪ରେ ଜ୍ୟାସନ ଏଲନ ଆଲେକଜଣ୍ଡରଙ୍କୁ ବିବାହ କରିଥିଲେ । ଏହା ବେଶୀ ଦିନ ତିଷ୍ଠି ନ ଥିଲା । ସେହି ବର୍ଷ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ୨୦୦୪ ଶେଷ ଭାଗରେ ସେ କେଭିନଙ୍କ ସହ ବିବାହ କରିଥିଲେ । ୩ ବର୍ଷ ଏକତ୍ର ରହିବା ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା ।
Comments are closed.