Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ; ଗୋଡାଇ ଗୋଡାଇ ଜଣଙ୍କୁ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ରବିବାର ଦିନ କିଛି ଦୁବୃର୍ତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଫୁଟେଜରେ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଗୋଟିଏ ମିଠା ଦୋକାନୀ ମାଲକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ପିଡିତ ଜଣକଙ୍କ ନାମ ଶମ୍ଭୁ ହୋଇଥିବା ବେଳେ ତାଙ୍କର ସ୍ଥାନୀୟ ଅଞ୍ଚଳରେ ଆଉ ଜଣେ ମିଠା ଦୋକାନୀ ମାଲିକଙ୍କ ସହ ବ୍ୟବସାୟିକ ଶତ୍ରୁତା ରହିଥିବା ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଏହି ଘଟଣାରେ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଅପରାଧିଙ୍କୁ ଧରିବା ପାଇଁ ଦାବି କରିଛନ୍ତି ।

ତେବେ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Comments are closed.