Latest Odisha News

BREAKING NEWS

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ: ବଲିଉଡର ଗ୍ଳାମରସ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣଭାରତର ଏହି ଲୋକପ୍ରିୟ ନାୟିକା ହାଇଦ୍ରାବାଦରେ ଏକ ୱେବ ସିରିଜ ଶୁଟିଂ ପରେ ଅସୁସ୍ଥ ଅନୁଭବ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୋଭିଡ ଟେଷ୍ଟ କରିଥିଲେ ଏବଂ ଏହା ପଜିଟିଭ ବାହାରିଥିଲା । ସେ ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବରୁ ଅଗଷ୍ଟରେ ତାଙ୍କ ମାତା ପିତା କରୋନା ଆକ୍ରାନ୍ତ ହୋଇଥିଲେ । ସୋସିଆଲ ମିଡିଆରେ ତମନ୍ନା ଏ ସମ୍ପର୍କରେ ଜଣାଇବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ପରାମର୍ଶ ଦେଇଛନ୍ତି । ତମନ୍ନାଙ୍କ ଆଶୁ ଆରୋଗ୍ୟ ପ୍ରଶଂସକମାନେ କାମନା କରିଛନ୍ତି ।

Leave A Reply

Your email address will not be published.