Latest Odisha News

BREAKING NEWS

ଉତ୍କଳ ଦିବସରେ ଆଜି କଟକରେ ଗାନ୍ଧିଜୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ଆଜି ଲୋକାର୍ପଣ ହେବ ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କଟକରେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ସେହି ସମୟର ଦୃଶ୍ୟପଟକୁ ନେଇ ତିଆରି ହୋଇଛି ସୁନ୍ଦର ବ୍ରୋଞ୍ଜ ଭାସ୍କର୍ୟ୍ୟ ।

୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି ଲକ୍ଷ୍ମୀଧର ରଣା । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂରଣ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହରର ପ୍ରବେଶ ପଥ ବେଲଭ୍ୟୁ ଛକରେ ଏହାକୁ ସ୍ଥାନିତ କରାଯାଇଛି ।

ସେହିପରି କ୍ୟାଣ୍ଟନମେଣ୍ଟ ରୋଡ଼ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବେ । ୧୦ଟା ୨୨ରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ପରେ ମହାତ୍ମା ଗାନ୍ଧିଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.