Latest Odisha News

BREAKING NEWS

ଆଜିଠୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଭାବେ ଖୁବ୍ ପରିଚିତ। ଏବେ ଏହି ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା. ୩୦ମି. ପର୍ଯ୍ୟନ୍ତ ଖୋଲା ରହିବ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ୮ ଲକ୍ଷ ୨୦ ହଜାର ୪୮୪ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଥିଲେ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ।

ତେବେ ଏଠାରେ ଆପଣଙ୍କୁ ବହୁ ଦୁର୍ଲଭ ଏବଂ ଲୁପ୍ତକାୟ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳିବେ।

Leave A Reply

Your email address will not be published.