କୋଇଡା: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟଣା ଘଟିଛି କୋଇଡ଼ା ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ। ମୃତ ଦୁଇ ଶିଶୁ ହେଲେ ଗ୍ରାମର ଶମ୍ଭୁ ଭୂମିଜଙ୍କ ୫ ବର୍ଷର ଝିଅ ପ୍ରିୟା ଭୂମିଜ ଓ ୩ ବର୍ଷର ପୁଅ ମନୋଜ ଭୂମିଜ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପ୍ରିୟା ଓ ମନୋଜ ଅସାବଧାନତା ଯୋଗୁଁ ଖୋଲା ଥିବା ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡିଯାଇଥିଲେ ।ଏହାପରେ ଅଣନିଶ୍ୱାସ ହୋଇ ପଡ଼ିଥିଲେ । ତେବେ କିଛି ସମୟ ପରେ ଦୁଇ ଶିଶୁ ପାଣିରେ ବୁଡ଼ି ଯାଉଥିବା ନେଇ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଦୌଡ଼ିଆସି ଦୁହିଁଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


Comments are closed.