ଜଗତସିଂହପୁର: ୨୨ ବର୍ଷୀୟ ପୁଅର ନାରକୀୟ କାଣ୍ଡ। ନୃସଂଶ ପାଲଟିଲା ପୁଅ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ବାପାମା’ ଓ ଭଉଣୀକୁ ପଥରରେ ଛେଚି ଜୀବନ ନେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ।
ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ, ମାମାଲି ସେଠୀ । ତେବେ ଅଭିଯୁକ୍ତର ନାମ ସୂର୍ଯ୍ୟକାନ୍ତ ସେଠୀ ବୋଲି ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ର କରି ବାପା-ମାଆ ସହ ଭଉଣୀକୁ ହତ୍ୟା କରିଛି ଭାଇ। ପାରିପାରିକ କଳହର ମୁଖ୍ୟ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଅଭିଯୁକ୍ତ ଯୁବକ +୨ରେ ପାଠ ପଢୁଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକକୁ ସଦର ଥାନାରେ ଅଟକ ରଖିଛି। ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।
Comments are closed.