Latest Odisha News

BREAKING NEWS

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ ହତ୍ୟା କଲା ପିଶାଚ ଭାଇ

କନ୍ଧମାଳ: ରକ୍ତ ସମ୍ପର୍କ ଭାଇ ସାଜିଲା ସଇତାନ । ଭାଇ ଭଉଣୀର ପବିତ୍ର ବନ୍ଧନରେ ଲଗାଇଲା କଳଙ୍କ । କାମନା ନିଆଁରେ ଅନ୍ଧ ହୋଇ ଭଉଣୀକୁ ଦୁଷ୍କର୍ମ ପରେ ହତ୍ଯା କରିବାକୁ ପଛାଇ ନାହିଁ ସଇତାନ ଭାଇ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପଦ ଥନା ଅଞ୍ଚଳରେ ।

ଗିରଫ ହେବା ପରେ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଛି । ଅଭିଯୁକ୍ତ ନିଜ ଶାଳୀ ସହ ଅନୈତିକ ସଂପର୍କ ରଖିଥିବା କଥା ଭଉଣୀ ଜାଣିଥିଲା । ଏହା ପରେ ଉଭୟଙ୍କୁ ଏକାଠି ଦେଖିଥିଲା ଉଭଣୀ । ଏନେଇ ଭାଇକୁ ଏପରି ନକରିବାକୁ ତାଗିଦ କରିଥିଲା ଉଭଣୀ । ସଂପର୍କ ନତୁଟାଇଲେ ଏହି କଥା ପ୍ରଘଟ କରିବା ନେଇ ଧମକ ଦେଇଥିଲା । ଏହି କଥାରେ ସେ ରାଗ ଜର୍ଜରିତ ହୋଇ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା । ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ । ୩ ନଭେମ୍ୱରରେ ଭଉଣୀ ଶାଳ ପତ୍ର ଆଣିବାକୁ ଜଙ୍ଗଲ ଯାଇଥିବା ବେଳେ ଯୋଜନା କରି ଭାଇ ସାଙ୍ଗରେ ୪ଜଣ ସାଙ୍ଗକୁ ନେଇ ଉଭଣୀ ପଛେପଛେ ଯାଇଥିଲା । ଗଣ ଦୁଷ୍କର୍ମ କରିବା ପରେ କୁରାଢିରେ ହାଣି ହତ୍ୟା କରିଥିଲେ ।

ଧରାପଡିଯିବା ଭୟରେ ଭାଇ ୬ ନଭେମ୍ୱରରେ ଥାନାରେ ଉଭଣୀ ନିଖୋଜ ଥିବା ଅଭିଯୋଗ କରିଥିଲା । ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହାପରେ ଭାଇ ନିଜ ସାଙ୍ଗମାନଙ୍କ ସହ ମିଶି ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ସହ ୪ସାଙ୍ଗଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

Comments are closed.