Latest Odisha News

ଆଳୁ ପଛରେ ଭାଇଙ୍କ ହାତ!, କାହିଁକି ଏମିତି କହିଲେ ଯୋଗାଣ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏଥିରେ ବଳି ପଡିଛନ୍ତି ଖାଉଟି । ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି ।  ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ ପଶ୍ଚିମବଙ୍ଗ, ପରେ ଉତ୍ତରପ୍ରଦେଶ ଆଉ ତା ପରେ ପଞ୍ଜାବ ଯାଏଁ କଥା ଗଲା ହେଲା ରାଜ୍ୟରେ ଆଳୁ ଦର କମିଲାନି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସରକାର ।

ଅନ୍ୟପଟରେ ଏହାକୁ ନେଇ ପୂର୍ବ ସରକାର ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ । ନିଜର ଅପରାଗତାକୁ ଲୁଚାଇବାକୁ ଯାଇ ବିରୋଧୀଙ୍କ ମୁଣ୍ଡରେ ଅଠା ବୋଳି ଦେଇଛନ୍ତି । ନାଁ ନନେଇ ବିରୋଧୀ ନେତା ନବୀନ ପଟ୍ଟନାୟକଙ୍କୁ ତାତ୍ସଲ୍ୟ କରି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ ଆଳୁ ନଦେବାର କାରଣ ପାଇଁ ନବୀନଙ୍କୁ ଦାୟୀ କରିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଭାଇ(ନବୀନ ପଟ୍ଟନାୟକ) ଭଉଣୀ (ମମତା ବାନାର୍ଜି)ଙ୍କୁ ଆଳୁ ଦେବାକୁ ମନା କରିଥିବେ। ସେଥିପାଇଁ ପଶ୍ଚିମବଙ୍ଗ ଆଳୁ ଛାଡୁନି । ଏହା ସହିତ ଖୁବ୍ ଶୀଘ୍ର ଆଳୁ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି ମନ୍ତ୍ରୀ ।

ସେପଟେ ଏହାକୁ ଦୃଢ ନିନ୍ଦା କରିଛି ବିଜେଡି । ଏ ନେଇ ବିଜେଡି ନେତା ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି,  ନବୀନ ବାବୁ ସେଭଳି କାମ କେବେ କରନ୍ତିନି। ଓଡ଼ିଶାକୁ ଆଳୁ ଦେବା ପାଇଁ ଦିଦିଙ୍କୁ ସେ ହିଁ ଚିଠି ଲେଖିଥିଲେ। ସେ ଜନନାୟକ । ସେ ଏଭଳି କେବେ ଚିନ୍ତା କରନ୍ତି ନାହିଁ ।

Comments are closed.