Latest Odisha News

BREAKING NEWS

ଭାଇ-ଭଉଣୀ ଲାଗିଲେ କଳି: ରାଗିକି ମୋବାଇଲ ଗିଳିଦେଲା ଭଉଣୀ

ଭୋପାଳ: ପ୍ରତ୍ୟେକ ଘରେ ଭାଇ-ଭଉଣୀ ଝଗଡ଼ା କରିବା ଖୁବ୍ ସାଧାରଣ କଥା । ଛୋଟ ଛୋଟ କଥାକୁ ନେଇ ସେମାନେ ଝଗଡ଼ା କରିଥାନ୍ତି । ବେଳେ ବେଳେ ଏହି ଝଗଡ଼ା ଏତେ ମାରାତ୍ମକ ହୋଇଥାଏ ଯେ, ଏହାଦ୍ୱାରା ଭୟଙ୍କର ସ୍ଥିତି ମଧ୍ୟ ଉପୁଜିଥାଏ । ଭୋପାଳରେ ଏମିତି ଏକ ଅଜବ ଘଟଣା ଘଟିଛି ଯେଉଁଥିରେ ଭାଇଭଉଣୀଙ୍କ ଝଗଡ଼ା ଘାତକ ରୂପ ନେଇଛି ।

ଭୋପାଳ ଭିଣ୍ଡ ଜିଲ୍ଲାରେ ରହୁଥିବା ଭାଇ-ଭଉଣୀଙ୍କ ଭିତରେ ମୋବାଇଲ ପାଇଁ ଝଗଡ଼ା ହେଲା । ଉଭୟଙ୍କ ଭିତରେ ଭୀଷଣ ଯୁକ୍ତିତର୍କ ମଧ୍ୟ ହେଲା । ଆଉ ଏହାର ପରିଣତି ଯାହା ହେଲା ତାହା ଶୁଣିଲେ ଆପଣ ହତ୍‌ବାକ୍ ହୋଇଯିବେ । ଝଗଡ଼ାର କାରଣ ଥିଲା ମୋବାଇଲ ଫୋନ । ହେଲେ ଏହି ଝଗଡ଼ା ଏମିତି ରୂପ ନେଲା ଯେ ଶେଷରେ ଭଉଣୀଟି ରାଗରେ ମୋବାଇଲ ଫୋନଟିକୁ ଗିଳିଦେଲା । ପରେ ଝିଅଟି ବାନ୍ତି କରିବା ସହ ଅଚେତ୍ ହୋଇପଡ଼ିଲା । ଏହା ଦେଖି ପରିବାର ଲୋକେ ଡ଼ରିଗଲେ । ସଙ୍ଗେ ସଙ୍ଗେ ଝିଅକୁ ହସପିଟାଲରେ ଭର୍ତ୍ତି କଲେ । ଜରୁରୀକାଳିନ ପରିସ୍ଥିତିରେ ଡ଼ାକ୍ତର ଝିଅର ଅପରେସନ କରି ପେଟରୁ ମୋବାଇଲକୁ ବାହାର କଲେ । ଅପରେସନ୍ ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତର କହିଛନ୍ତି । ମୋବାଇଲ ଗିଳିଦେବା ଘଟଣା ପ୍ରଥମ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି ।

 

Leave A Reply

Your email address will not be published.