Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାତ୍ରୀ ସ୍ମୃତିରେଖା ପ୍ରତିହାରୀଙ୍କୁ ଗୁରୁ କେଳୁଚରଣ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।

ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ମିହିର ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର, ନରେନ୍ ସାହୁ, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ଅନୁପମା ବେହେରା, ପ୍ରଗତି ରଥ, ଦୀପ୍ତିମୟୀ ରାୟ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇଥିଲେ ।

ଗୁରୁ କେଳୁଚରଣ ମହାପାତ୍ର ଜଣେ ବହୁମୁଖୀ ପ୍ରତିଭା ଥିଲେ । ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.