Latest Odisha News

BREAKING NEWS

ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀ କାମୁଡା ଖାଇଲେ ୩ ଭାଇ: ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତି

ସୁକ୍ର: ଛୋଟପିଲାଙ୍କ ଉପରେ କିପରି ଭାବେ କମିକ୍ସ ବୁକର ପ୍ରଭାବ ପଡେ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବଲିଭିଆର ୩ ଭାଇ ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀଠାରୁ କାମୁଡା ଖାଇଥିଲେ । ସମାନଙ୍କ ବୟସ ଯଥାକ୍ରମେ ୮, ୧୦ ଓ ୧୨ । ସ୍ପାଇଡର ମ୍ୟାନ ହେବା ବଦଳରେ କିଛି ସମୟ ପରେ ସେମାନଙ୍କ ନିକଟରେ ଜ୍ୱର, ବାନ୍ତି ଓ ମୁଣ୍ଡ ବୁଲାଇବା ଲକ୍ଷଣ ଦେଖାଗଲା ।

୩ ଭାଇଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ସେମାନଙ୍କ ସ୍ୱାସ୍ଥ୍ୟୃାବସ୍ଥା ସ୍ଥିର ରହିଛି ଓ ସପ୍ତାହ ମଧ୍ୟରେ ଘରକୁ ଫେରିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସ୍ୱାଇଡର ମ୍ୟାନ କମିକ୍ସ ଓ ଫିଲ୍ମ ଦେଖି ସେମାନେ ଏହାକୁ ସତ ମାନି ନେଇଥିଲେ । ସେଥିପାଇଁ ଏଭଳି ପଦକ୍ଷେପ ନେଲେ ବୋଲି ସେମାନଙ୍କ ମାଆ କହିଛନ୍ତି ।

Leave A Reply

Your email address will not be published.