Latest Odisha News

ଓଡ଼ିଶାରେ କରୋନା ଜନିତ ମୃତ୍ୟୁହାର ସବୁଠୁ କମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭାରତ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ । ସେହିପରି ଓଡ଼ିଶାରେ ସଂକ୍ରମଣ ହାର ମଧ୍ୟ କମ୍ ରହିଛି । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

BjdElectrycity

ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ରଖିବା ଏକ ସଫଳ ନିଷ୍ପତି । ରାଜ୍ୟରେ ବିଭିନ୍ନ କ୍ୱାରେନଟିନ୍ କେନ୍ଦ୍ରରେ ମୋଟ ୮ଲକ୍ଷ ଶଯ୍ୟା ସରକାର ପ୍ରସ୍ତୁତ ରଖିଥିବା ବେଳେ ମାତ୍ର ୩ଲକ୍ଷ ଶଯ୍ୟା ବର୍ତମାନ ପୂରଣ ହୋଇଛି । ପ୍ରାୟ ୧ଲକ୍ଷ ଲୋକ ସଙ୍ଗରୋଧ ଅବଧି ସରିବା ପରେ କ୍ୱାରେନଟିନ୍ ସେଂଟରରୁ ଘରକୁ ଫେରିଲେଣି ବୋଲି ସେ କହିଛନ୍ତି ।

କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେବେ ଓଡିଶା ସରକାରଙ୍କ ପୂର୍ବପ୍ରସ୍ତୁତି ଯୋଗୁଁ କରୋନା ସଂକ୍ରମଣ ବିଶେଷ କ୍ଷତି କରିପାରି ନାହିଁ । ସବୁଠାରୁ ବଡ଼ କଥା ହେଲା, ଆଗକୁ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଛି ।

ହଟସ୍ପଟ ଅଞ୍ଚଳ ଫେରନ୍ତାଙ୍କ ଏବଂ ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ପଲିସି କରାଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ପ୍ରବାସୀଙ୍କୁ ସିଧା କ୍ୱାରେଣ୍ଟିନରେ ରଖାଯାଉଛି । ତେବେ ରାଜ୍ୟ ସରକାର ଏଭଳି ସ୍ଥିତିରେ ଦେଶର ଅନ୍ୟ ରାଜ୍ୟଠୁ ପଦକ୍ଷେପ ନେବାରେ ଆଗୁଆ ରହିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.