ଭୁବନେଶ୍ବର:ଆମେମାନେ ସାଧରଣଭାବେ ଘରେ ଧଳା ଚିନିକୁ ବ୍ୟବହାର କରିଥାଉ । କିନ୍ତୁ ଜାଣିଛନ୍ତି କି ବ୍ରାଉନ୍ ଚିନି ଧଳା ଚିନି ଠାରୁ ବେଶ୍ ଭଲ । ହଁ ଆଜ୍ଞା ଧଳା ଚିନି ବିଶୋଧିତ ହୋଇଥାଏ ଯାହା ମୋଟାପଣ, ହୃଦ ରୋଗ, ଟାଇପ୍-୨ ମଧୁମେହ, ଯକୃତ ରୋଗ,ଷ୍ଟ୍ରେସ୍ ଭଳି ଅନେକ ସମସ୍ୟା ସୃଷ୍ଟି କରିପାରେ।
ବ୍ରାଉନ୍ ସୁଗାର ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହି ଚିନିରେ ଅନେକ ଖଣିଜ ପଦାର୍ଥ ଥାଏ । ଏଥିରେ କ୍ୟାଲସିୟମ୍, ଆଇରନ୍, ସେଲେନିୟମ୍, ମାଙ୍ଗାନିଜ୍, ଫସଫରସ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କପର , ଜିଙ୍କ, କାର୍ବୋହାଇଡ୍ରେଟ୍, ଅଳ୍ପ ପରିମାଣର କ୍ୟାଲୋରୀ ଆଦି ଥାଏ । ଯାହା ଆମ ଶରୀର ପାଇଁ ଆବଶ୍ୟକ ଅଟେ ।
ଧଳା ଚିନି ତୁଳନାରେ ବ୍ରାଉନ୍ ଚିନିରେ କ୍ୟାଲୋରୀ ପରିମାଣ ବହୁତ କମ୍ ଅଟେ। ବ୍ରାଉନ୍ ଚିନିରେ ଥିବା ଏକ ଉପାଦାନ ମେଟାବୋଲିଜିମ୍ ବୃଦ୍ଧି କରିଥାଏ। ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ଅଟେ । ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଖାଦ୍ୟରେ ବ୍ରାଉନ୍ ଚିନି ଅନ୍ତର୍ଭୁକ୍ତ କରନ୍ତୁ।
ବ୍ରାଉନ୍ ଚିନିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ରହିଛି । ଫଳରେ ଏହା ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ ।
ବ୍ରାଉନ୍ ସୁଗାର ହଜମ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ। କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଉଛି, ସେମାନେ ବ୍ରାଉନ୍ ସୁଗାର ଖାଇବା ଉଚିତ୍ ।
କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚାମଚ ବ୍ରାଉନ୍ ସୁଗାରକୁ ଅଦା ରସ ସହିତ ମିଶେଇ କି ପିଅନ୍ତୁ। ଏହା ଲାଭଦାୟକ ହେବ।
ମହିଳାମାନେ ପିରିୟଡ ସମୟରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପିରିୟଡ ଡେଟ୍ ର ତିନିଦିନ ପୂର୍ବରୁ ଏହି ବ୍ରାଉନ ସୁଗାର ଖାଆନ୍ତୁ । କାରଣ ଏଥିରେ ପୋଟାସିୟମ୍ ଥାଏ । ଏହା ମାଂସପେଶୀ କଷ୍ଟକୁ ଦୂର କରେ ଏବଂ ଯନ୍ତ୍ରଣାରୁ ମୁକ୍ତି ଦିଏ ।
Comments are closed.