Latest Odisha News

BREAKING NEWS

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।

ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୬ ଅଞ୍ଚଳରେ ଏହି ନିଶା କାରବାର ଚାଲିଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କିଛି ନିଶା ବେପାରୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କଠାରୁ ମୁଖ୍ୟ ଅଭିଯୁକ୍ତ ଆବିଦ ସମ୍ପର୍କରେ ଜାଣିବା ପରେ ତାକୁ ଦରଘାବଜାର ଅଞ୍ଚଳରୁ ଗିରଫ କରିଯାଇଛି । ଆବିଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । କେବଳ ଦରଘାବଜାର ଥାନାରେ ୯ ଟି ମାମଲା ରହିଛି ।

ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରୀ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କଠାରୁ ପୋଲିସ ୨୩୩ ଗ୍ରାମ ବ୍ରାଉନସୁଗାର, ୪ ଟି ବାଇକ, ବିପୁଳ ପରିମାଣର ନିଶା ବଟିକା, ୩୧ ହଜାର ଟଙ୍କା ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଜୋନ-3 ଏସିପି ପ୍ରଫୁଲ୍ଲ କୁମାର ବଡ଼ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.