Latest Odisha News

BREAKING NEWS

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ, ବାମଦଳ ଏକତ୍ର ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧ରେ ହେବ । ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଗୁରୁବାର କଂଗ୍ରେସ ଓ ବାମଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର ରଞ୍ଜନ ଚୌଧୁରୀ ଏହା ଘୋଷଣା କରିଛନ୍ତି । ଫଳରେ ଏବେ ଏହା ତ୍ରିମୁଖୀ ଲଢ଼େଇ ପାଲଟିଯାଇଛି ।

୨୦୧୬ରେ ଉଭୟ ଦଳ ଏକତ୍ର ଲଢ଼ି ୪୪ ଆସନରେ ବିଜୟୀ ହୋଇଥିଲେ । ପରେ ବାମଦଳର ଅଧିକାଂଶ ବିଧାୟକ ଟିଏମସିରେ ମିଶି ଯାଇଥିଲେ । କେଉଁ ଦଳ କେତୋଟି ସିଟରେ ଲଢ଼ିବେ ତାହା ସ୍ପଷ୍ଟ ହୋଇ ନାହିଁ । ବିଜେପି ଏଥର ସରକାର ଗଠନ ନେଇ ଦାବୀ କରୁଥିବା ବେଳେ ଟିଏମସି ଏହାକୁ ହସରେ ଉଡାଇ ଦେଇଛି ।

Leave A Reply

Your email address will not be published.